ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ଶନିବାର ଦିନ ସକାଳ ୮ଟାରୁ ଜାରି ରହିଛି ଏହି ଭୋଟ ଗଣତି। ଦିନ ୧୦ ଟା ୩୦ ପ୍ରଥମ ରାଉଣ୍ଡ ସୁଦ୍ଧା ୨୨୪ରୁ ୧୧୮ ସିଟରେ ଆଗୁଆ ରହିଛି କଂଗ୍ରେସ ।

ସେହିପରି ବିଜେପି ୭୭, ଜେଡିଏସ ୨୩ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ମୋଟ ୩୬ଟି  କେନ୍ଦ୍ରରେ ଚାଲିଛି ଭୋଟ ଗଣତି।

୨୨୪ଟି ବିଧାନସଭା ଆସନ ପାଇଁ ଗତ ୧୦ ତାରିଖରେ ମତଦାନ ଆରମ୍ଭ ହୋଇଥିଲା। ମୋଟ୍ ମତଦାନ ହାର ୭୨.୬୮ ପ୍ରତିଶତ ରହିଥିଲା।

 

Tags: #Karnataka #AssemblyElection #Politics #VoteCounting

LEAVE A REPLY

Please enter your comment!
Please enter your name here