ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଗଣତିର ପ୍ରଥମ ରାଉଣ୍ଡରୁ ହିଁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୧୦,୧୭୮ ଭୋଟରେ ଆଗୁଆ ରହିଛି।

ବର୍ତ୍ତମାନର ଟ୍ରେଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ବାଲଟ୍ ଭୋଟ ଗଣତି ପରେ ଏବେ ଚାଲିଛି ଇଭିଏମ କାଉଣ୍ଟିଂ ଚାଲିଛି।

ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୪, ୫୧୦ ଭୋଟରେ ଆଗୁଆ ରହିଥିଲା।ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୧,୨୫୬ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୬,୭୪୬ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୨୬୩ ଭୋଟ ମିଳିଥିଲା।

ସେହିପରି ତୃତୀୟ ରାଉଣ୍ଡରେ ବି ଅଗରେ ରହିଥିଲା ବିଜେଡି। ଦୀପାଳିଙ୍କୁ ୬,୨୮୭ ଖଣ୍ଡ ଭୋଟ, ଟଙ୍କଧର ତ୍ରିପାଠୀଙ୍କୁ ୩, ୧୪୬ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୨୫୮ ଖଣ୍ଡ ଭୋଟ ମିଳିଥିଲା।

ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ଚାଲିଛି। ଗୋଟିଏ କାଉଣ୍ଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ। ସନ୍ଧ୍ୟା ୪ଟାରୁ ୬ଟା ମଧ୍ୟରେ ଉପନିର୍ବାଚନ ଫଳାଫଳ ଆସିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Tags: #Politics #JharsugudaByelection #VoteCounting #Result

Comment