ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ କରିବାକୁ ଯାଉଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ଏବଂ ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପରିନୀତି ଚୋପ୍ରା। ଧୁମଧାମରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି।

କିଛି ଦିନ ହେଲା ଅଭିନେତ୍ରୀ ପରିନୀତି ଚୋପ୍ରା ଏବଂ ସାଂସଦ ରାଘବ ଚଢ଼ାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ମଧ୍ୟ ଖବର ଆସିଥିଲା। ଏବେ ଏହି ଖବର ସତ ହେବାକୁ ଯାଉଛି। ଦିଲ୍ଲୀସ୍ଥିତ କପୁରଥଲା ହାଉସରେ ପରିନୀତି ଏବଂ ରାଘବଙ୍କର ନିର୍ବନ୍ଧ ଶେଷ ହୋଇ। ଏହି ଅବସରରେ ପରସ୍ପର ପରସ୍ପରକୁ ନିର୍ବନ୍ଧ ମୁଦି ପିନ୍ଧାଇ ଥିଲେ।

ନିର୍ବାନ୍ଧ ଉତ୍ସବରେ ସାମିଲ ହୋଇଥିଲେ ପରିବାର, ବନ୍ଧୁବାନ୍ଧବ, ରାଜନେତା ଏବଂ ବଲିଉଡ ସିନେ ଇଣ୍ଡଷ୍ଟ୍ରିର ତାରକାମାନେ। ପରିନୀତି ଏବଂ ରାଘବଙ୍କ ବିବାହ ତାରିଖ ଘୋଷଣା କରାଯାଇ ନାହିଁ।

ନିର୍ବନ୍ଧ ପରେ ଉଭୟଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Tags: #ParineetiChopra #RaghavChada #Engagement #Politician #BollywoodActor

LEAVE A REPLY

Please enter your comment!
Please enter your name here