ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଉଚ୍ଚ ରକ୍ତଚାପକୁ ସବୁ ବଡ଼ ବଡ଼ ରୋଗର ମୂଳ କାରଣ ବୋଲି କୁହାଯାଏ। ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଛି।

ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଏହା ବିଭିନ୍ନ ରୋଗର କାରଣ ପାଲଟିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନୀ, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।

ତେବେ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବେ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର ଏବଂ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଳସ ଓଡ଼ିଆର ଏହି ଭିଡିଓରେ।

Tags: #HighBloodPressure #WorldHypertentionday2023 #OdiaHealthTips #DoctorsAdvice

Comment