ଓଡ଼ିଶାଲାଇଭ୍ ବ୍ୟୁରୋ

ସିଦ୍ଧରମେୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭବନା ରହିଛି। ଦଳୀୟ ନେତୃତ୍ଵଙ୍କ ଘନ ଘନ ବୈଠକ ପରେ ସିଦ୍ଧରମେୟାଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି।

କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ୪୦ ବର୍ଷର ରେକର୍ଡ ଭାଙ୍ଗି ବିଜୟ ହାସଲ କଲା କଂଗ୍ରେସ। କିନ୍ତୁ କାହାକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କରାଯିବ ତାକୁ ନେଇ ଦ୍ଵନ୍ଦ୍ଵ ଦେଖାଦେଇଥିଲା। ମୁଖ୍ୟମନ୍ତ୍ରୀ ଦାବିଦାର ଥିବା ସିଦ୍ଧରମେୟା ଏବଂ ଡିକେ ଶିବକୁମାରଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଆସନ ମିଳିବ ତା’ ଉପରେ ସମସ୍ତଙ୍କର ନଜର ରହିଥିଲା।

ମେ’ ୧୩ ତାରିଖକୁ ଆସିଥିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରିଣାମ। କଂଗ୍ରେସର ବିପୁଳ ବିଜୟ ପରେ କର୍ଣ୍ଣାଟକର ଶାସନ ଭାର କାହାକୁ ମିଳିବ ତାକୁ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୁଇ ଦାବିଦାର ଡିକେ ଶିବକୁମାର ଏବଂ ସିଦ୍ଧରମେୟାଙ୍କୁ ଦିଲ୍ଲୀରୁ ଡାକରା ଆସିଥିଲା। ଚାରି ଦିନର ମନ୍ଥନ ପରେ ସିଦ୍ଧରମେୟାଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି।

ଆସନ୍ତାକାଲି (ମେ’ ୧୮ ତାରିଖ) କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମେୟା ଶପଥ ନେବେ ବୋଲି ଶୁଣିବାକୁ ମିଳିଛି। ତେବେ ଏ ନେଇ ଦଳ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଔପଚାରିକ ଭାବେ ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି।

Tags: #Politics #KarnatakaPolitics #KarnatakaCM #Siddharamaiya

Comment