ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିଭିନ୍ନ ‘ଗ୍ରୁପ୍ ବି ଅଫିସର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆରବିଆଇର ସାଧାରଣ ପ୍ରଶାସନ (ଜେନେରାଲ ଆଡମିନିଷ୍ଟ୍ରେସନ), ଇକୋନୋମିକ ରିସର୍ଚ୍ଚ ଓ ଷ୍ଟାଟିଷ୍ଟିକାଲ ବିଭାଗରେ ଖାଲିଥିବା ୨୯୧ଟି ‘ଗ୍ରୁପ୍ ବି’ ପଦବୀରେ ଏହି ନିଯୁକ୍ତି ମିଳିବ।

ଏହି ‘ଗ୍ରୁପ୍ ବି ଅଫିସର’ ପଦବୀ ପାଇଁ ହେବାକୁ ଥିବା ନିଯୁକ୍ତି ପରୀକ୍ଷା ଲାଗି ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଜୁନ୍ ମାସ ୯ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆରବିଆଇର ଏହି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଗ୍ରୁପ୍ ବି ଅଫିସର (ଜେନେରାଲ ଆଡମିନିଷ୍ଟ୍ରେସନ) – ୨୨୨
  • ଗ୍ରୁପ୍ ବି ଅଫିସର (ଇକୋନୋମିକ ରିସର୍ଚ୍ଚ) – ୩୮
  • ଗ୍ରୁପ୍ ବି ଅଫିସର (ଷ୍ଟାଟିଷ୍ଟିକାଲ) – ୩୧

ଯୋଗ୍ୟତା

  • ପାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ

ଗ୍ରୁପ୍ ବି ଅଫିସର (ଜେନେରାଲ ଆଡମିନିଷ୍ଟ୍ରେସନ)

  • ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ଗ୍ରାଜୁଏସନରେ ଅତିକମରେ ୬୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ

ଗ୍ରୁପ୍ ବି ଅଫିସର (ଇକୋନୋମିକ ରିସର୍ଚ୍ଚ)

  • ପ୍ରାର୍ଥୀମାନେ ଅର୍ଥଶାସ୍ତ୍ରରେ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ପୋଷ୍ଟ ଗ୍ରାଜୁଏସନରେ ଅତିକମରେ ୫୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ

ଗ୍ରୁପ୍ ବି ଅଫିସର (ଷ୍ଟାଟିଷ୍ଟିକାଲ)

  • ପ୍ରାର୍ଥୀମାନେ ଷ୍ଟାଟିଷ୍ଟିକ୍ସରେ ପୋଷ୍ଟ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନେ ପୋଷ୍ଟ ଗ୍ରାଜୁଏସନରେ ଅତିକମରେ ୫୫ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ଆରବିଆଇ ପକ୍ଷରୁ ‘ପ୍ରିଲିମିନାରି ପରୀକ୍ଷା’ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ‘ମେନ ପରୀକ୍ଷା’ କରାଯିବ
  • ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ଗ୍ରୁପ୍ ବି ଅଫିସର’ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଆରବିଆଇର ୱେବସାଇଟ rbi.org.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ଗ୍ରୁପ୍ ବି ଅଫିସର ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ଏହାପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଆବେଦନ ଶୁଳ୍କ

ଆରବିଆଇର ଏହି ପରୀକ୍ଷା ପାଇଁ ସାଧରଣ ଓ ଅବିସି ବର୍ଗର ପ୍ରାର୍ଥୀମାନଙ୍କୁ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୧୦୦ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି।

ଆରବିଆଇ ପକ୍ଷରୁ ଏହିସବୁ ‘ଗ୍ରୁପ୍ ବି ଅଫିସର’ ପଦବୀ ପାଇଁ ୨୦୨୩ ଜୁଲାଇ ମାସରେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏହି ପରୀକ୍ଷାର ପାଠ୍ୟକ୍ରମ ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଆରବିଆଇ ୱେବସାଇଟରେ ଉପଲବ୍ଧ।

Tags: #RBIGroupBOfficer #Examination #Recruitment #Employment #Careers

Comment