ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଛୁଆମାନେ କଥା କହିବାରେ ବିଳମ୍ବ କରୁଛନ୍ତି, ଯାହାକୁ ନେଇ ଚିନ୍ତାରେ ପଡ଼ିଯାଉଛନ୍ତି ବାପା ମା’। ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ସ୍ଵାଭାବିକ ହୋଇଥାଏ।

କିନ୍ତୁ କିଛି ଶିଶୁ ଏହି ସମୟ ମଧ୍ୟରେ କଥା କହିପାରନ୍ତି ନାହିଁ। ଯଦି ଆପଣଙ୍କ ଛୁଆ କଥା କହିବାରେ ବିଳମ୍ବ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କୁହନ୍ତି ଅଡିଓଲୋଜିଷ୍ଟ ତଥା ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀ।

ଶିଶୁଟିଏ କାହିଁକି ବିଳମ୍ବରେ କଥା କହେ ଓ ଏହା ପଛରେ କ’ଣ ରହିଛି କାରଣ? କ’ଣ ରହିଛି ଏଥିପାଇଁ ଚିକିତ୍ସା? ସେ ନେଇ ଅଡିଓଲୋଜିଷ୍ଟ ତଥା ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #SpeechDelay #OdiaHealthTips #Child #ChildCare

LEAVE A REPLY

Please enter your comment!
Please enter your name here