ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି ଓଡ଼ିଶା ସରକାର। ଏହି ଅଧିକାରୀମାନେ ହେଲେ ରାଜ୍ୟ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା, ଜେଲ ବିଭାଗ ଏବଂ ସଂଶୋଧନ ସେବାର ଏଡିଜିପି ଦୀପ୍ତେଶ କୁମାର ପଟ୍ଟନାୟକ ଏବଂ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର। ଏନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଗୃହ ବିଭାଗର ନିର୍ଦେଶ ଅନୁସାରେ ଏବେ ରାଜ୍ୟ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ର ପରିଚାଳନା ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ବର୍ତ୍ତମାନ କ୍ରୁଟର ପରିଚାଳନା ନିର୍ଦେଶକ ଦାୟିତ୍ଵରେ ଥିବା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।

ସେହିପରି ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର (ଓଏସଆରଟିସି) ମୁଖ୍ୟ ପରିଚାଳନା ନିର୍ଦେଶକ (ସିଏମଡି) ଭାବେ ନିଯୁକ୍ତି ଦିଆଯାଇଛି। ସେ ଏହାପୂର୍ବରୁ ଓଡ଼ିଶା ଜେଲ ବିଭାଗ ଏବଂ ସଂଶୋଧନ ସେବାର ଏଡିଜିପି କାର୍ଯ୍ୟରତ ଥିଲେ।

ଅନ୍ୟପଟେ ରାଜ୍ୟ ପରିବହନ କମିଶନର ଭାବେ କାର୍ଯ୍ୟ କରୁଥିବା ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଅମିତାଭ ଠାକୁରଙ୍କୁ ଜେଲ ଓ ସଂଶୋଧନ ସେବାର ଏଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ନୂଆ କରି ଦାୟିତ୍ଵ ମିଳିଥିବା ଅଧିକାରୀମାନଙ୍କୁ କାର୍ଯ୍ୟଭାର ଗ୍ରହଣ କରି ବିଭାଗର କାମ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Tags: #IPSOfficers #CRUT #HomeDept #OdishaGovt

 

Comment