ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଦ୍ୟାଳୟଗୁଡ଼ିକର ଖରା ଛୁଟିର ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ଜୁନ ୨୧ ତାରିଖରେ ରାଜ୍ୟର ସବୁ ବିଦ୍ୟାଳୟ ଖୋଲିବ। ପୂର୍ବରୁ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବାକୁ ଘୋଷଣା କରଯାଇଥିଲା। ଓଡ଼ିଶାରେ ଏବେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଶୁକ୍ରବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହାପୂର୍ବରୁ ରାଜ୍ୟରେ ଜୁନ ୧୭ ତାରିଖ ଯାଏଁ ଖରା ଛୁଟି ହେବ ବୋଲି ଘୋଷଣା କରଯାଇଥିଲା। ଶନିବାର ଛୁଟି ଅବଧି ସରିବା ପରେ ସୋମବାରଠୁ ସବୁ ସ୍କୁଲ ଖୋଲିଥାନ୍ତା। ଏବେ ଜୁନ ୨୦ ତାରିଖରେ ରଥଯାତ୍ରା ପରେ ବୁଧବାର ଦିନ ସ୍କୁଲ ଖୋଲିବ।

୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଏପ୍ରିଲ ୮ ତାରିଖରେ ସ୍କୁଲଗୁଡ଼ିକରେ ପାଠପଢ଼ା ଆରମ୍ଭ ହେବାର କିଛି ଦିନ ଭିତରେ ରାଜ୍ୟରେ ଖରାର ମାତ୍ର ବଢ଼ିଥିଲା। ଏଥିପାଇଁ ରାଜ୍ୟ ସରକାର ଏପ୍ରିଲ ୨୧ ତାରିଖରୁ ବିଦ୍ୟାଳୟଗୁଡ଼ିକରେ ଖରା ଛୁଟି ଘୋଷଣା କରିଥିଲେ।

ଏବେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଉପରେ ରହି ପ୍ରବଳ ଗୁଳୁଗୁଳି ହେଉଛି। ତେବେ ଆଗକୁ ଜୁନ ୨୧ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରୁଥିବାରୁ ଖରା କମିବାର ସମ୍ଭାବନା ରହିଛି।

Tags: #Schools #SummerVacation #Students #SMEOdisha

 

Comment