ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର।

ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯିବା ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବକୁ କେନ୍ଦ୍ରକୁ ପଠାଯିବ ବୋଲି କୁହାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା, ସ୍ୱତନ୍ତ୍ର ରେଣ୍ଟ ସମ୍ପର୍କୀତ ନୀତି, ମା’ ମଝିଘରିଆଣୀ ମନ୍ଦିରର ରୂପାନ୍ତରଣ ଲାଗି ଜମି, ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ଏବଂ ଅବଡ଼ା ଯୋଜନାରେ ସଂଶୋଧିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି।

ରାୟଗଡ଼ା ସ୍ଥିତ ମା’ ମଝିଘରିଆଣୀ ମନ୍ଦିର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ଜମି ୬ ଏକର ଜମି ଯୋଗାଇ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଶୀତଳାପଲ୍ଲୀରେ ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ପାଇଁ ସରକାର ଜମି ଯୋଗାଇ ଦେବେ। ଏହା ସହିତ ୪୩.୦୫ ଏକର ଜମି ପାଇଁ ବାର୍ଷିକ ରେଣ୍ଟ ଛାଡ଼ କରିଛନ୍ତି ରାଜ୍ୟ ସରକାର।

ସେହିପରି ବିଭିନ୍ନ ଚାରିଟେବୁଲ ଟ୍ରଷ୍ଟ ପାଇଁ ସ୍ଵତନ୍ତ୍ର ନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଅନାଥଆଶ୍ରମ, ଦୃଷ୍ଟିବାଧିକ ସ୍କୁଲ ଏବଂ ଗୋଶାଳା ପାଇଁ ସ୍ଵତନ୍ତ୍ର ରେଣ୍ଟ ଧାର୍ଯ୍ୟ କରାଯାଇଛି।

Tags: #OdishaPolitics #StateCabinet #CabinetMeeting #Proposal #CMOdisha #NaveenPatnaik

Comment