ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯୋଗ ହେଉଛି ଏକ ସାଧନ। ଯୋଗକୁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କରି ସୁସ୍ଥ ରହିପାରିବେ। କିନ୍ତୁ ସମସ୍ତଙ୍କ ପାଇଁ ଯୋଗର ଆସନ ଭିନ୍ନଭିନ୍ନ ହୋଇଥାଏ। ଯୋଗ ଦ୍ଵାରା ବୟସ୍କଙ୍କଠାରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାରୁ ଉପସମ ମିଳିପାରିବ ବୋଲି କୁହନ୍ତି ଯୋଗ ଶିକ୍ଷକ।

ସୁସ୍ଥ ରହିବା ପାଇଁ ବ୍ୟାୟାମ, ଯୋଗାସନ ଓ ପ୍ରାଣାୟାମର ଗୁରୁତ୍ଵ ରହିଛି। ତେଣୁ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବା ନିହାତି ଜରୁରୀ। ବୟସ୍କମାନେ ଯୋଗ ଅଭାସ କରିବା ଦ୍ଵାରା ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ।

ବୟସ୍କମାନେ ସୁସ୍ଥ ରହିବା ପାଇଁ କେଉଁ ଆସନ କରିବେ ଏବଂ କିପରି କରିବେ? ସେ ନେଇ ଯୋଗ ପ୍ରଶିକ୍ଷକ ଗଣେଶ୍ଵର ଗୋଚ୍ଛିକାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #InternationalYogaDay2023 #Yoga #YogaforVasudhaivaKutumbakam #SuryaNamaskar #OdiaHealthTips

Comment