ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିର ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତିନି ରଥ। ରଥାରୁଢ଼ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ଦର୍ଶନ ଦେଉଛନ୍ତି। ଗୁରୁବାର ଦିନ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ।

ଜୁନ ୨୦ ତାରିଖ, ମଙ୍ଗଳବାର ଦିନ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଥିଲେ ବଡ଼ ଠାକୁର। ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ। ଭକ୍ତିମୟ ପରିବେଶରେ ବଡ଼ଦାଣ୍ଡରୁ ରଥ ଟାଣି ଟାଣି ଶ୍ରୀ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚାଇଥିଲେ ଭକ୍ତ।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତାଳଧ୍ଵଜ ରଥ ଶରଧାବାଲିରେ ପହଞ୍ଚିଥିବାବେଳେ ବୁଧବାର ଦିନ ପହଞ୍ଚି ଥିଲା ଦେବଦଳନ ଏବଂ ନନ୍ଦିଘୋଷ ରଥ।

ଶରଧାବାଲିରେ ରଥରେ ବିରାଜମାନ ଥିବା ଚତୁର୍ଦ୍ଧା ମୂର୍ତ୍ତି ଆଜି ଗୋଟିଏ ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ। ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର ଲୀଳାଖେଳା କରିବେ।

ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରଥାରୁଢ଼ ଥିବାରୁ ତିନିଦିଅଁଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମୁଛି। କିନ୍ତୁ ତିନିଠାକୁରଙ୍କୁ ଛୁଇଁବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଉ ନାହିଁ। ସନ୍ଧ୍ୟା ଧୂପ ନୀତି ପରେ ଆଡ଼ପ ମଣ୍ଡପ ଯିବେ ଚତୁର୍ଦ୍ଧା ମୂର୍ତ୍ତି।

Tags: #Festival #Culture #RathYatra #ShreeGundicha #AdapaMandapBije

LEAVE A REPLY

Please enter your comment!
Please enter your name here