ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଡ଼ ପିଠା ହେଉଛି ଏକ ପାରମ୍ପରିକ ପିଠା। ଓଡ଼ିଶାରେ ଏହି ପିଠାର ସ୍ଵତନ୍ତ୍ର ପରିଚୟ ରହିଛି। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହୁଏ ଏହି ପୋଡ଼ ପିଠା। ବାହୁଡ଼ାଯାତ୍ରା ସମୟରେ ଶ୍ରୀମନ୍ଦିର ଅଭିମୁଖେ ଯିବାବେଳେ ମାଉସୀମା ମନ୍ଦିର ନିକଟରେ ଶ୍ରୀଜୀଉଙ୍କୁ ପୋଡ଼ ପିଠା ଲାଗି ହୋଇଥାଏ। ମହାପ୍ରଭୁଙ୍କ ମାଉସୀଙ୍କ ପ୍ରସ୍ତୁତ ପୋଡ଼ପିଠା ରଥରେ ଅର୍ପଣ କରଯାଇଥାଏ।

ରଥ ଉପରେ ପୋଡ଼ପିଠା ଭୋଗର ପରମ୍ପରା ବହୁ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଏହି ପିଠା ସାମିଲ ରହିଛି। ବାହୁଡ଼ାଯାତ୍ରା ପାଇଁ ମାଉସୀମା ମନ୍ଦିରର ସେବାୟତମାନେ ମହାପ୍ରଭୁଙ୍କ ପାଇଁ ଭକ୍ତିଭାବର ସହ ଏହି ପିଠାକୁ ପ୍ରସ୍ତୁତ କରିଥାନ୍ତି। ଏଥିପାଇଁ ମାଉସୀମା ମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଇଥାଏ।    ହେରାପଞ୍ଚମୀ ତିଥିରୁ ଆରମ୍ଭ ହୋଇଥାଏ ପୋଡ଼ପିଠା ପ୍ରସ୍ତୁତି କାର୍ଯ୍ୟ। ତିନି ରଥ ମାଉସୀ ମା’ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିଲେ ପୋଡ଼ ପିଠା ଅର୍ପଣ କରାଯାଏ। ମାଉସୀ ମା’ଙ୍କ ସେବକମାନେ ପରମ ନିଷ୍ଠାର ସହ ପୋଡ଼ ପିଠା ପ୍ରସ୍ତୁତ କରି ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରି ରହିଥାନ୍ତି।

ଛେନା, ଘିଅ, ଚିନି, ଅଳେଇଚ, ଲବଙ୍ଗ, ଖିସମିସ୍ ଓ ପିସ୍ତାବାଦାମରେ ପ୍ରସ୍ତୁତ ହେଉଛି। ହେରାପଞ୍ଚମୀ ତିଥିରୁ ଚୂଲି ଅନୁକୂଳ କରାଯାଇଥାଏ। ତାହାକୁ ସିଝାଇବା ପରେ ଘିଅରେ ଛଣାଯାଏ। ବାହୁଡ଼ା ଯାତ୍ରା ଦିନ ତିନି ରଥ ମାଉସୀ ମା’ ସମ୍ମୁଖରେ ଅଟକେ। ତିନି ରଥରେ ପୂଜକମାନେ ତିନୋଟି ପୋଡ଼ପିଠା ମାଟିହାଣ୍ଡିରେ ରଖି ଭୋଗ କରିଥାନ୍ତି।

Tags: #BahudaJatra #MausimaTemple #PodaPithaRitual #PodaPitha #Puri

LEAVE A REPLY

Please enter your comment!
Please enter your name here