ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀମନ୍ଦିର ମନା ହୋଇଥିଲା।

ଶ୍ରୀମନ୍ଦିର ଇତିହାସରେ ଏମିତି ବି କିଛି ଘଟଣା ରହିଛି, ଯାହା ଆପଣ କେବେ ଶୁଣି ନଥିବେ। ଶ୍ରୀମନ୍ଦିର ଭିତରକୁ ଗଜପତି ମହାରାଜାଙ୍କୁ ପ୍ରବେଶ ପାଇଁ ମନା କରାଯାଇଥିଲା। ତତ୍କାଳୀନ ଗଜପତି ମହାରାଜ ରାମଚନ୍ଦ୍ର ଦେବ ମୋଗଲ ସୁବେଦାରଙ୍କ ଝିଅ ରେଜିୟାଙ୍କୁ ବିବାହ କରିଥିବାରୁ ତାଙ୍କୁ ଶ୍ରୀମନ୍ଦିର ମନା ହୋଇଥିଲା।

ରାଜା ମୁକୁନ୍ଦ ଦେବଙ୍କ ପରେ ଗଜପତି ରାମଚନ୍ଦ୍ର ଦେବ ମହାପ୍ରଭୁ ଏବଂ ଜଗନ୍ନାଥ ସଂସ୍କୃତିକୁ ମୋଗଲ ଆକ୍ରମଣରୁ ରକ୍ଷା କରିବା ପାଇଁ ବାଧ୍ୟବାଧକତାରେ ରେଜିୟାଙ୍କୁ ବିବାହ କରିଥିଲେ।ରେଜିୟାଙ୍କ ଅନୁରୋଧ କ୍ରମେ ଗଜପତି ରାମଚନ୍ଦ୍ର ଦେବ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଆସିଥିଲେ। ହେଲେ ସିଂହଦ୍ୱାର ନିକଟରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ମୁସଲମାନଙ୍କୁ ବିବାହ କରିଥିବାରୁ ମୁକ୍ତିମଣ୍ଡପ ପଣ୍ଡିତ ସଭା, ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଏହାକୁ ଗଜପତି ମଧ୍ୟ ମାନି ନେଇଥିଲେ।ଏହାପରେ ଗଜପତିଙ୍କ ଦର୍ଶନ ପାଇଁ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ପତିତପାବନ ଅଣହିନ୍ଦୁଙ୍କ ପାଇଁ ଗୁମୁଟରେ ପୂଜା ପାଉଛନ୍ତି। ଅନ୍ୟ ଧର୍ମର ଲୋକେ ପତିତପାବନଙ୍କୁ ଦର୍ଶନ କରୁଛନ୍ତି।

Tags: #RathYatra #Gajapati #Puri #SriMandir #KingofPuri #ShreeJagannathTemple

Comment