ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ଦାରୁବ୍ରହ୍ମ। ଆରମ୍ଭ ହୋଇଛି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ। ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ମହାପ୍ରୁଭୁଙ୍କ ଏହି ବେଶ ରଥ ଉପରେ ଆରମ୍ଭ ହୋଇଛି। ଭଣ୍ଡାର ଘରୁ ସୁନାକୁ ଅଣଯାଇ ମହାପ୍ରଭୁଙ୍କୁ ସଜ୍ଜା ଯାଇଛି।

ଗୁରୁବାର ସକାଳୁ ମହାପ୍ରଭୁଙ୍କର ମଙ୍ଗଳଆଳତୀ, ମଇଲମ, ସକାଳ ଧୂପ, ମଧ୍ୟାହ୍ନ ଧୂପ ଆଦି ନୀତି ସମ୍ପନ୍ନ ହୋଇଛି। ଏହାପରେ ସୁନାବେଶ ଆରମ୍ଭ ହୋଇଛି। ଭକ୍ତମାନେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶର ଦର୍ଶନ କରୁଛନ୍ତି।ମହାପ୍ରଭୁ ଜଗନ୍ନାଥ ଆଜି ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହୋଇଛନ୍ତି।

ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ବେଶ ହୋଇଛନ୍ତି।

ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯାଇଛି।

Tags: #SunaBesha #Puri #RathYatra #RathaJatra #RajaRajeswarBesha #SriJagannath

LEAVE A REPLY

Please enter your comment!
Please enter your name here