ଭାସ୍କର ମିଶ୍ର

ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର ରୀତି, ନୀତି, ବେଶ, ଭୋଗ ମଧ୍ୟ ଅତୁଳନୀୟ ତଥା ଅବର୍ଣ୍ଣନୀୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବ୍ୟତୀତ ବର୍ଷର କେତେକ ନିର୍ଦ୍ଦିଷ୍ଟ ତିଥିରେ ଭିନ୍ନ ଭିନ୍ନ ବେଶ ହୋଇଥାଏ

ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଶ୍ରୀମନ୍ଦିର ଭାରତ ତଥା ବିଶ୍ୱରେ ସୁପରିଚିତ। ଭାରତର ଚାରିଧାମ ମଧ୍ୟରୁ ପୁରୀ ଧାମ ବା ଜଗନ୍ନାଥ ଧାମ ସର୍ବଶ୍ରେଷ୍ଠ। ଶ୍ରୀଜଗନ୍ନାଥଙ୍କ ମହିମା ଯେପରି ସୁଦୂର ପ୍ରସାରୀ, ତାଙ୍କର ରୀତି, ନୀତି, ବେଶ, ଭୋଗ ମଧ୍ୟ ଅତୁଳନୀୟ ତଥା ଅବର୍ଣ୍ଣନୀୟ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ବ୍ୟତୀତ ବର୍ଷର କେତେକ ନିର୍ଦ୍ଦିଷ୍ଟ ତିଥିରେ ଭିନ୍ନ ଭିନ୍ନ ବେଶ ହୋଇଥାଏ। ମୁଖ୍ୟତଃ ପ୍ରତ୍ୟହ ଅବକାଶ ବା ତଡ଼ପ ଉତୁରୀ ବେଶ, ବଡ଼ସିଂହାର ଓ ସାଧାବେଶ ବ୍ୟତୀତ ସ୍ୱତନ୍ତ୍ର ଦିବସରେ କେତେକ ନୂତନ ବେଶମାନ ଅନୁଷ୍ଠିତ ହୋଇଥାଏ।

ଯଥା:

୧) ହାତୀ ବେଶ- ଜ୍ୟେଷ୍ଠ ପୂର୍ଣ୍ଣମୀ (ସ୍ନାନ ପୂର୍ଣ୍ଣମୀ)

୨) ସୁନା ବେଶ- ଆଷାଢ଼ ଶୁକ୍ଳ ଏକାଦଶୀ (ଏହି ବେଶ ପ୍ରତିବର୍ଷ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ଏହି ବେଶକୁ ବଡ଼ତଣଉ ବେଶ ମଧ୍ୟ କୁହାଯାଏ।)

୩) ବନଭୋଜୀ ବେଶ- ଭାଦ୍ରବ କୃଷ୍ଣ ଦଶମୀ

୪) କାଳୀୟଦଳନ ବେଶ- ଭାଦ୍ରବ କୃଷ୍ଣ ଏକାଦଶୀ

୫) ପ୍ରଳମ୍ବାସୁର ବଧ ବେଶ- ଭାଦ୍ରବ କୃଷ୍ଣ ଦ୍ୱାଦଶୀ

୬) କୃଷ୍ଣ ବଳରାମ ବେଶ- ଭାଦ୍ରବ କୃଷ୍ଣ ତ୍ରୟୋଦଶୀ

୭) ବଳି ବାମନ ବେଶ- ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ

୮) ଶ୍ରୀରାଧା ଦାମୋଦର ବେଶ- ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ।

(ବିଜୟା ଦଶମୀ ପର ଦିନଠାରୁ ଏକ ମାସ ପାଇଁ, ଲକ୍ଷ୍ମୀଙ୍କ ସମ୍ମତି ନେଲା ପରେ ଶ୍ରୀଜଗନ୍ନାଥ କୃଷ୍ଣ ବେଶରେ ରାଧାଙ୍କ ସହିତ ପୂଜା ପାଇଁ ଆସୁଛନ୍ତି।)

୯) ଠିଆକିଆ ବେଶ- କାର୍ତ୍ତିକ ଶୁକ୍ଳ ଏକାଦଶୀ

୧୦) ବାଙ୍କଚୂଡ଼ ବେଶ- କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ

୧୧) ଆଡକିଆ ବେଶ- କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ୧୨) ଡାଳିକିଆ ବେଶ- କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ

୧୩) ନାଗାର୍ଜ୍ଜୁନ ବେଶ- କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରୁ ଚତୁର୍ଦ୍ଦଶୀ ମଧ୍ୟରେ (ଯେଉଁ ବର୍ଷ ପଞ୍ଚୁକ ପାଞ୍ଚଦିନ ନହୋଇ ଛଅଦିନ ପଡ଼ିଥାଏ। ଉକ୍ତ ମଳ ତିଥିରେ ଏହି ବେଶ ହୋଇଥାଏ।)

୧୪) ରାଜ ବେଶ- (ରାଜରାଜେଶ୍ୱର)- କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣମୀ

୧୫) ରାଜ ବେଶ- (ସୁନାବେଶ) ପୌଷ ପୂର୍ଣ୍ଣମୀ

୧୬) ପଦ୍ମ ବେଶ- ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଯେ କୌଣସି ଶନିବାର ବା ବୁଧବାରରେ ଏହି ବେଶ ହୋଇଥାଏ।

୧୭) ଗଜ ଉଦ୍ଧାରଣ ବେଶ- ମାଘ ପୂର୍ଣ୍ଣମୀ

୧୮) ରାଜ ବେଶ- ଫାଲଗୁନ ପୂର୍ଣ୍ଣମୀ

୧୯) ଚାଚେରୀ ବେଶ- ଫାଲଗୁନ ଶୁକ୍ଳ ଦଶମୀଠାରୁ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ

୨୦) ଚନ୍ଦନ ବେଶ- -ଅକ୍ଷୟ ତୃତୀୟାଠାରୁ ୪୨ ଦିନ ଧରି ଏହି ବେଶ ହୋଇଥାଏ।

୨୧) ଘୋଡ଼ ଲାଗି ବେଶ- ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ

୨୨) ଜମାଲାଗି ବେଶ- ବସନ୍ତ ପଞ୍ଚମୀ ରାତ୍ରଠାରୁ ଦୋଳ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ବେଶ ହୋଇଥାଏ।

(ସୌଜନ୍ୟ: ଏସ୍‌ବି ପବ୍ଲିକେସନସ୍‌ ପକ୍ଷରୁ ପ୍ରକାଶିତ ‘ଶ୍ରୀ ଜଗନ୍ନାଥ ସଂସ୍କୃତି’)

Tags: #RathYatra #ShreeJagannath #Puri #JagannathKatha #Odisha #SunaBesha

LEAVE A REPLY

Please enter your comment!
Please enter your name here