ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିଭିନ୍ନ କନ୍ସଲଟାଣ୍ଟ ଓ ଆଇଟି ପଦବୀରେ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆରବିଆଇର ବିଭିନ୍ନ ବିଭାଗରେ ଖାଲିଥିବା ଏହି ୬୬ଟି ‘ଗ୍ରୁପ୍ ସି’ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।

ଏହି ପଦବୀ ପାଇଁ ହେବାକୁ ଥିବା ନିଯୁକ୍ତି ପରୀକ୍ଷା ଲାଗି ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଜୁଲାଇ ମାସ ୧୧ ତାରିଖ ଯାଏଁ ଏହି ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଏ ପର୍ଯ୍ୟନ୍ତ ଆରବିଆଇର ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • କନ୍ସଲଟାଣ୍ଟ, ଆନାଲିଷ୍ଟ ଓ ଆଇଟି ପଦବୀ (ଗ୍ରୁପ୍ ସି) – ୬୬

ଯୋଗ୍ୟତା

  • ଆରବିଆଇର ବିଭିନ୍ନ ପଦବୀ ପାଇଁ ପାର୍ଥୀମାନଙ୍କ ବୟସ ୨୩ ବର୍ଷରୁ ୩୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ଡାଟା ସାଇଣ୍ଟିଷ୍ଟଙ୍କ ପାଇଁ ଷ୍ଟାଟିଷ୍ଟିକ୍ସ/ ଇକୋନୋମିକ୍ସ/ ଗଣିତ/ ଫାଇନାନ୍ସ କିମ୍ବା ଡାଟା ସାଇନ୍ସରେ ପୋଷ୍ଟ ଗ୍ରାଜୁଏସନ କରିଥିବା ଆବଶ୍ୟକ
  • କନସଲଟାଣ୍ଟ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ଆକାଉଣ୍ଟିଂରେ ପୋଷ୍ଟ ଗ୍ରାଜୁଏସନପାସ କରିଥିବା ଆବଶ୍ୟକ
  • ଆଇଟି ପ୍ରୋଜେକ୍ଟ ଆଡମିନଷ୍ଟ୍ରେଟର ପଦବୀ ପାଇଁଆଶାୟୀ ପ୍ରାର୍ଥୀମାନେ କମ୍ପ୍ୟୁଟର ସାଇନ୍ସ କିମ୍ବା ଆଇଟିରେ ବିଟେକ କିମ୍ବା ଏମଟେକ କରିଥିବା ଆବଶ୍ୟକ।

 ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ଆରବିଆଇ ପକ୍ଷରୁ ‘ପ୍ରିଲିମିନାରି ପରୀକ୍ଷା’ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ‘ମେନ ପରୀକ୍ଷା’ କରାଯିବ
  • ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ଗ୍ରୁପ୍ ବି ଅଫିସର’ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଆରବିଆଇର ୱେବସାଇଟ rbi.org.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ଗ୍ରୁପ୍ ‘ସି’ ଅଫିସର ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ଏହାପରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଆବେଦନ ଶୁଳ୍କ

ଆରବିଆଇର ଏହି ପରୀକ୍ଷା ପାଇଁ ସାଧରଣ ଓ ଅବିସି ବର୍ଗର ପ୍ରାର୍ଥୀମାନଙ୍କୁ ୬୦୦ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୧୦୦ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି। ଆବେଦନ ଶୁଳ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ।

ରିଜର୍ଭ ବ୍ୟାଙ୍କରେ ଏହି ସବୁ ନିଯୁକ୍ତି ପାଇଁ ପରୀକ୍ଷା କେବେ ହେବ, ସେନେଇ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଆରବିଆଇର ୱେବସାଇଟରେ ଉପଲବ୍ଧ।

Tags: #RBIGroupCOfficer #ITJobs #Examination #Recruitment #Employment #Careers

Comment