ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ରାଜ୍ୟରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଜୋରରେ ବର୍ଷା ହେଉଛି। ସୋମବାର ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀ ପ୍ରଭାବରେ ସୋମବାର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା , କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଲାଗିରହିଛି। ସେହିପରି ରବିବାର ରାୟଗଡ଼ା ଜିଲ୍ଲାର ଗୁଣପୁରରେ ୬୭ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରଯାଇଥିଲା।

ଓଡ଼ିଶାରେ ଚଳିତବର୍ଷ ଜୁନ ମାସରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ ମାସରେ ସର୍ବମୋଟ ୧୬୩.୭ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକଠାରୁ ୨୨ ପ୍ରତିଶତ କମ। ଅଧିକାଂଶ ଉପକୂଳ ସହ ଦକ୍ଷିଣ ଓ ଉତ୍ତର ଓଡିଶାରେ କମ୍ ବର୍ଷା ହୋଇଛି। ତେବେ ଜୁଲାଇ ମାସରେ ମୌସୁମୀ ପ୍ରଭାବରେ ରାଜ୍ୟରେ ସ୍ଵାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Monsoon #Rain #LowPressure #MCBBSR #IMD

 

Comment