ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ଟି ପ୍ରମୁଖ ମେଡିକାଲ କଲେଜର ଅଗ୍ନିଶମ ବିଭାଗରେ ୪୫ଟି ନୂତନ ପଦବୀ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ଉକ୍ତ ମେଡ଼ିକାଲ କଲେଜଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ବୁର୍ଲା ସ୍ଥିତ ଭିଏସଏସ୍ ମେଡିକାଲ କଲେଜରେ ବଢ଼ୁଥିବା ଭିତ୍ତିଭୂମି ଓ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନୂଆ ଅଗ୍ନିଶମ ପଦବୀଗୁଡ଼ିକୁ ଅନୁମୋଦନ କରାଯାଇଛି।

୩ ମେଡ଼ିକାଲ କଲେଜ ପାଇଁ ମଞ୍ଜୁର ହୋଇଥିବା ଏହି ନୂତନ ପଦବୀଗୁଡ଼ିକ ମଧ୍ୟରେ ୩ଟି ଷ୍ଟେସନ ଅଫିସର, ୪ଟି ଲିଡିଙ୍ଗ ଫାୟାରମେନ୍, ୩ଟି ହାବିଲଦାର, ୩ଟି ଫାୟାରମେନ୍ ଡ୍ରାଇଭର୍ ଏବଂ ୩୦ଟି ଫାୟାରମେନ୍ ପଦବୀ ସାମିଲ ଅଛି। ପ୍ରତି ମେଡ଼ିକାଲ କଲେଜ ପାଇଁ ୧୫ଟି ପଦବୀ ରହିବ।

ପୂର୍ବରୁ ଏହି ମେଡିକାଲ କଲେଜଗୁଡ଼ିକରେ ନୂଆ ଅଗ୍ନିଶମ ପଦବୀର ଆବଶ୍ୟକତା ରହିଥିଲା। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।

Tags: #MedicalColleges #FireSafety #FireServicePost #GovtofOdisha

 

Comment