ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି କୁଆଖାଇ ନଦୀ ନେଇଛି ଜୀବନ। ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତର ଧବଳହାର ନିକଟ ଦେଇ ପ୍ରବାହିତ କୁଆଖାଇ ନଦୀରେ ବୁଡ଼ି ମଙ୍ଗଳବାର ଦିନ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ନିଖୋଜ ଅଛନ୍ତି। ମୃତକମାନେ ହେଲେ ଜାମସେଦପୁରର ଆର୍ଯ୍ୟନ ଏବଂ କଟକର ଅଭିନାଶ। ନିଖୋଜ ଦୁଇ ଯୁବକ ହେଉଛନ୍ତି ବାଲେଶ୍ଵରର ରୋହିତ ଏବଂ କଟକର ପ୍ରତୀକ।

ଧବାଳହାର ନିକଟ କୁଆଖାଇ ନଦୀକୁ ମଙ୍ଗଳବାର ଦିନ ଆର୍ଯ୍ୟନ, ଅଭିନାଶ, ରୋହିତ ଏବଂ ପ୍ରତୀକ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ସମସ୍ତେ ବୁଡ଼ି ଯାଇଥିଲେ। ୪ ଜଣ ବୁଝିଯିବାର ଦେକି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଅନ୍ୟ ଦୁଇଜଣ ନିଖୋଜ ଥିବାବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

ଗତ ମେ’ ମାସ ୨୭ ତାରିଖରେ ଭୁବନେଶ୍ଵର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ନଦୀରେ ବୁଡ଼ି ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା।

Tags: #Balianta #Bhubaneswar #Death #KuakhaiRiver

Comment