ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ନିମନ୍ତେ ସ୍ଵାସ୍ଥ୍ୟ ବୀମା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା କାର୍ଯ୍ୟରତ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଳିବ।

ସାମ୍ବାଦିକମାନଙ୍କ ନିମନ୍ତେ ପୂର୍ବରୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶି ୨ ଲକ୍ଷ ଟଙ୍କା ରହିଥିଲା। ଏବେ ଏହି ରାଶି ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଏହା ଦ୍ଵାରା ରାଜ୍ୟର ପ୍ରାୟ ୮,୭୧୭ କାର୍ଯ୍ୟରତ ସାମ୍ବାଦିକ ଏବଂ ସେମାନଙ୍କ ପରିବାର ସଦସ୍ୟ ଉପକୃତ ହୋଇପାରିବେ।

Tags: #WorkingJournalits #Odisha #GopabandhuSwasthyaBimaYojana #HealthInsurance #OdishaGovt

Comment