ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ହରଭଙ୍ଗା ଆଇଆଇସି ପୁଷ୍ପଲତା ରାଉତରାୟ। ଶୁକ୍ରବାର ଦିନ ବାଲିଘାଟ ଠିକାଦାରଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ପୁଷ୍ପଲତାଙ୍କୁ କାବୁ କରିଛି ବ୍ରହ୍ମପୁର ଏବଂ ବୌଦ୍ଧ ଭିଜିଲାନ୍ସ ଟିମ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ କିଛି ଦିନ ତଳେ ବାଲି ଚୋରା ଚାଲାଣ କରିବା ଅଭିଯୋଗରେ ୩ ଟି ହାଇୱା ଜବତ ହୋଇଥିଲା। ଜବତ ଗାଡ଼ିଗୁଡ଼ିକ ବାଲିଘାଟ ଠିକାଦାର ଶରତ ବେହେରାଙ୍କର ଥିଲା। ଜବତ ହୋଇଥିବା ହାଇୱାଗୁଡ଼ିକୁ ଛାଡ଼ିବା ଏବଂ ବାଲିଘାଟରେ ବାଲି ଉଠାଣ ନିୟମ କୋହଳ କରିବା ପାଇଁ ହରଭଙ୍ଗା ଥାନା ଆଇଆଇସି ଅର୍ଥ ଦାବି କରୁଥିବା ବ୍ରହ୍ମପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ଶରତ ବେହେରା।

ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଦିନ ଏକ ଲଫାପାରେ ଶରତ ବେହେରା ଆଇଆଇସିଙ୍କୁ ଟଙ୍କା ଦେଉଥିବାବେଳେ ପୂର୍ବରୁ ଲୁଚି ରହିଥିବା ବ୍ରହ୍ମପୁର ଏବଂ ବୌଦ୍ଧ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲା। ବ୍ରହ୍ମପୁର ଭିଜିଲାନ୍ସ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଷ୍ପଲତା ବେହେରାଙ୍କୁ ଅଧିକ ପଚରାଉଚରା ପାଇଁ ପୁଣବାଣୀ ନିଆଯାଇଛି।

Tags: #BoudhHarabhangaPS #HarabhangaIICPuspalataBehera #VigilanceRaid

LEAVE A REPLY

Please enter your comment!
Please enter your name here