ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗର ଯୁଗ୍ମ ନିର୍ଦ୍ଦେଶ ଦୟାନିଧି ବାଗ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦୟାନିଧି ବାଗଙ୍କ ୮ଟି ଠିକଣା ଉପରେ ଚଢ଼ଉ ଜାରି ରହିଛି।

ଦୟାନିଧି ବାଗଙ୍କର କଳାହାଣ୍ଡିରେ ଥିବା ଘର, ଭୁବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁର ଓ ଗୋଠପାଟଣାରେ ଥିବା ଘର, କାର୍ଯ୍ୟାଳୟ ତଥା ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଉଛି। ଚଢ଼ଉରେ ୧୦ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।

Tags: #VigilanceRaid #SoilConservationandWatershed #DayanidhiBag #Odisha

Comment