ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକ ପରେ ନେଇଥାନ୍ତେ ଅବସର। ଆଜି ମାଡ଼ି ବସିଲା ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ।

ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଅନୁଗୁଳସ୍ଥିତ ବାସଭବନ, ପୁରୀ, ଭୁବନେଶ୍ଵର, ଢେଙ୍କାନାଳ ଓ ରାଜ୍ୟ ବାହାରେ ଥିବା ଠିକଣା ଉପରେ ଚଢ଼ଉ ଜାରି ରହିଛି। ଚଢ଼ଉ ବେଳେ ସରକାରୀ ବାବୁଙ୍କ ଘରୁ ନଗଦ ୨ କୋଟି ଟଙ୍କା ଠାବ ହୋଇଛି। ଅନୁଗୁଳସ୍ଥିତ ଘରୁ ୯୦ ଲକ୍ଷ ଓ ଭୁବନେଶ୍ଵରସ୍ଥିତ ବାସଭବନରୁ ୧ କୋଟି ୧୦ ହଜାର ଟଙ୍କା ଜବତ ହୋଇଛି।

ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଡିଏସପି ଅନୁଷ୍କା ସେନାପତିଙ୍କ ନେତୃତ୍ଵରେ ୮ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ପୂର୍ବରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା।

Tags: #VigilanceRaid #RuralDevelopmentDepartment #Odisha #BaikunthanathSarangi #Odisha

Comment