ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧ ବସଷ୍ଟାଣ୍ଡ ନିକଟରୁ ପୁଣି ଜଣେ ପୋଲିସ ଅଧିକାରୀଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍। ଅଭିଯୁକ୍ତ ହେଉଛନ୍ତି ଅନୁଗୁଳ ଜିଲ୍ଲା କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀ। ଏକ ପାରିବାରିକ ମାମଲା ହଟାଇବା ପାଇଁ ୮ ହଜାର ଟଙ୍କା ନେଉଥିବା ସମୟରେ ବୁଧବାର ଦିନ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେରଙ୍କ ପାରିବାରିକ କଳହ ସମାଧାନ ପାଇଁ ଏଏସଆଇ ଶତପଥୀ ୧୫ ହଜାର ଟଙ୍କା ଦାବି କରିଥିଲେ। ଏହାକୁ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ପଞ୍ଚାନନ। ଏହା ପରେ ବ୍ରହ୍ମପୁର ଏବଂ ବୌଦ୍ଧ ଭିଜିଲାନ୍ସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲେ।

ପୂର୍ବ ଯୋଜନା ମୁତାବକ ବୁଧବାର ଦିନ ବୌଦ୍ଧ ବସଷ୍ଟାଣ୍ଡ ନିକଟରେ ପଞ୍ଚାନନ ଏଏସଆଇଙ୍କୁ ୮ ହଜାର ଟଙ୍କା ଦେଉଥିବାବେଳେ ସେଠାରେ ଲୁଚି ରହିଥିବା ଭିଜିନ୍ସ ଟିମ୍ ଏଏସ୍ଆଇ ନବୀନଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତଙ୍କ ବୌଦ୍ଧ ବୁଟୁପାଲି ସ୍ଥିତ ବାସ ଭବନରେ ଚଉଢ଼ କରାଯାଇଛି।

Tags: #Boudh #VigilanceRaid #ASI

Comment