ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଅଧୀନରେ ଥିବା ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) ଭୁବନେଶ୍ଵରରେ ପ୍ରୋଗ୍ରାମ ମ୍ୟାନେଜର ଓ ଟେକ୍ନିକାଲ ଅଫିସର ପଦବୀରେ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ୩ ବର୍ଷିଆ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ।

ଏହି ସବୁ ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରିରହିଛି। ଆବେଦନର ଶେଷ ତାରିଖ ଜୁଲାଇ ୩୦। ଯଦି ଆପଣମାନେ ଏହି ସବୁ ପଦବୀ ପାଇଁ ଆବେଦନ କରୁବାକୁ ଚାହୁଁଛନ୍ତି, ଜଣାନ୍ତୁ କେମିତି କରିବେ ଆବେଦନ

ପଦବୀ ସଂଖ୍ୟା

  • ପ୍ରୋଗ୍ରାମ ମ୍ୟାନେଜର – ୧
  • ଟେକ୍ନିକାଲ ଅଫିସର – ୨ (ଏସଟିପିଆଇ ଭୁବନେଶ୍ଵର ଓ ରାଉରକେଲା ସେଣ୍ଟର)

ଯୋଗ୍ୟତା

  • ପ୍ରୋଗ୍ରାମ ମ୍ୟାନେଜର
    • ପ୍ରାର୍ଥୀମାନଙ୍କ ବୟସ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଅତିକମରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ମ୍ୟାନେଜମେଣ୍ଟରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ ଭଲ
    • ମ୍ୟାନେଜମେଣ୍ଟ କ୍ଷେତ୍ରରେ ସେମାନଙ୍କର ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ
  • ଟେକ୍ନିକାଲ ଅଫିସର
    • ପ୍ରାର୍ଥୀମାନଙ୍କ ବୟସ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ କମ୍ପ୍ୟୁଟର ସାଇନ୍ସ କିମ୍ବା ଅଇଟିରେ ବିଇ/ବିଟେକ ପାସ କରିଥିବା ଆବଶ୍ୟକ
    • ଏହି କ୍ଷେତ୍ରରେ ସେମାନଙ୍କ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ
    • କମ୍ପ୍ୟୁଟର ସାଇନ୍ସ କିମ୍ବା ଅଇଟିରେ ୩ ବର୍ଷିଆ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ମଧ୍ୟ ପଦବୀ ପାଇଁ ଆବେଦନ କରିପାରିବେ
    • ସେମାନଙ୍କ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଏସଟିପିଆଇ ପକ୍ଷରୁ ପ୍ରାର୍ଥୀମାନଙ୍କ ଆବେଦନ ପତ୍ରକୁ ଯାଞ୍ଚ କରାଯିବ। ଏହାପରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ବ୍ୟକ୍ତିଗତ ଇଣ୍ଟରଭ୍ୟୁ କରାଯିବ। ଇଣ୍ଟରଭ୍ୟୁ ପାସ କରିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।

କେମିତି କରିବେ ଆବେଦନ

  • ଏସଟିପିଆଇ ଭୁବନେଶ୍ଵରର ୱେବସାଇଟ୍ bhubaneswar.stpi.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘କ୍ୟାରିୟର’ ଅପ୍ସକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପଦବୀ ପାଇଁ କେବେ ଇଣ୍ଟରଭ୍ୟୁ କରାଯିବ ସେ ନେଇ ଏସଟିପିଆଇ ଭୁବନେଶ୍ଵର ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏସଟିପିଆଇର ୱେବସାଇଟରେ ଉପଲବ୍ଧ।

Tags: #STPIBhubaneswar #JobOpportunity #Employment #Careers #Bhubaneswar

 

Comment