ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ବଢ଼ିଚାଲିଛି ଡେଙ୍ଗୁ। ପ୍ରତିଦିନ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ସହରରେ ଗୁରୁବାର ୪୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୦୦ ମୁହାଁ ହେବାରେ ଲାଗିଛି।

ଭୁବନେଶ୍ଵରରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବାବେଳେ ଏହାର ଚାପ ସିଧାସଳଖ କ୍ୟାପିଟାଲ୍ ହସ୍ପିଟାଲରେ ପଡ଼ୁଛି। ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ଲେଟଲେଟର ଅଭାବ ଦେଖାଗଲାଣି। ପ୍ଲେଟଲେଟର ଅଭାବରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସାରେ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି।

ଜଳାଳୟ ଓ ଜମିରହୁଥିବା ପାଣି ଯୋଗୁଁ ରାଜଧାନୀରେ ମଶା ବଂଶ ବିସ୍ତାର ଦ୍ରୁତ ଗତିରେ ହେବାରେ ଲାଗିଛି। ମଶାଙ୍କୁ ରୋକିବାକୁ ବିଏମସି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉନାହିଁ ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବିଭିନ୍ନ ଜଳାଶୟ ଓ ପାଣି ଜମି ରହୁଥିବା ସ୍ଥାନକୁ ସଫା କରି ସେଠାରେ ଔଷଧ ସିଞ୍ଚନ କରାଯାଉଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ପଡ଼ୁନାହିଁ। ଅଳ୍ପ ବର୍ଷାରେ ସେଠାରେ ପୁଣି ପାଣି ଜମୁଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ଓଡ଼ିଶାରେ ଏ ଯାଏଁ ୧୮ ହଜାର ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୫୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରେ ୩୬୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ ୨୭୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି।

Tags: #Dengue #Bhubaneswar #DengueDetection #BMC #HFWOdisha

LEAVE A REPLY

Please enter your comment!
Please enter your name here