ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଯୁବକ ଯୁବତୀଙ୍କର ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଦକ୍ଷତା ବିକାଶ ନିମନ୍ତେ ସୁଯୋଗ ଆଣିଛି ଭୁବନେଶ୍ଵର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟର। ଏଠାରେ ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ନିମନ୍ତେ ସେପ୍ଟେମ୍ବର ସେସନ ପାଇଁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ବିଶ୍ଵ ଦକ୍ଷତା କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ଏକ ବର୍ଷ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏହି ସମୟରେ ପ୍ରାର୍ଥୀମାନେ ବିଭିନ୍ନ କମ୍ପାନିରେ ପେଡ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ପାଇବେ। ଏଥିପାଇଁ ଏବେ ଆବେଦନ ଗ୍ରହଣ ଜାରି ରହିଛି। ଅଗଷ୍ଟ ୧୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବାକୁଥିବା ପାଠ୍ୟକ୍ରମ

  • ସ୍କୁଲ ଅଫ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ
    • ମେକାଟ୍ରୋନିକ୍ସ
    • ଇଲେକ୍ଟ୍ରିକାଲ ଟେକ୍ନୋଲୋଜି
    • ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ସର୍ଭିସେସ୍
    • ଏୟାରକଣ୍ଡିସନିଂ ଓ ରେଫ୍ରିଜରେସନ
    • ଭର୍ଟିକାଲ ଟ୍ରାନ୍ସପୋର୍ଟେସନ
  • ଯୋଗ୍ୟତା
    • ପ୍ରାର୍ଥୀମାନେ ଯେକୌଣସି ସରକାରୀ ବ ବେସରକାରୀ ଶିକ୍ଷା ଅନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ କିମ୍ବା ୩ ବର୍ଷିଆ ଡିପ୍ଲୋମା ପାସ କରିଥିବା ଆବଶ୍ୟକ  

କେମିତି କରିବେ ଆବେଦନ

  • ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟ୍ worldskillcenter.orgକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘ଆଡମିଶନ’ ଅପ୍ସନକୁ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ଥିବା ‘ଆପ୍ଲଏ ନାଓ’ରେ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ଲଗ ଇନ କରି ପ୍ରଶିକ୍ଷଣ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ଆବଶ୍ୟକୀୟ ସାର୍ଟିଫିକେଟ ଦାଖଲ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଦକ୍ଷତା କେନ୍ଦ୍ରରେ ନାମଲେଖା ସମୟରେ ନିଜର ସାର୍ଟିଫିକେଟଗୁଡ଼ିକୁ ଭେରିଫାଏ କରାଇବାକୁ ହେବ।

ବିଶ୍ଵ ଦକ୍ଷତା କେନ୍ଦ୍ରରେ ବର୍ଷକୁ ଦୁଇଥର ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ପାଇଁ ନାମଲେଖା ହୋଇଥାଏ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଅଧିକ ସୂଚନା ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟରେ ଉପଲବ୍ଧ ରହିଛି।

Tags: #WorldSkillCenter #IndustrialTraining #SkillDevlopmentProgramme #ITI&DiplomaStudents #Odisha

LEAVE A REPLY

Please enter your comment!
Please enter your name here