ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ବିଭିନ୍ନ ଅନୁଷ୍ଠାନରେ ୧୩୪୨ଟି ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଇଞ୍ଜିନିୟରିଂର ବିଭିନ୍ନ ବିଭାଗ ଯଥା ସିଭିଲ, ମେକାନିକାଲ୍ ଓ ଇଲେକ୍ଟ୍ରିକାଲରେ ଖାଲିଥିବା ପଦବୀରେ ଏହି ନିଯୁକ୍ତି ମିଳିବ।

ଏହି ସବୁ ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଅଗଷ୍ଟ ୧୬ ଆବେଦନର ଶେଷ ତାରିଖ।

ଯଦି ଆପଣମାନେ ଏସଏସସି ପକ୍ଷରୁ ହେବାକୁ ଥିବା ଏହି ଜୁନିୟର ଇଞ୍ଜିନିୟର ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଜୁନିୟର ଇଞ୍ଜିନିୟର – ୧୩୪୨ (ବିଭିନ୍ନ ବିଭାଗ)

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ସେମାନେ ଆବେଦନ କରୁଥିବା ସିଭିଲ /ଇଲେକ୍ଟ୍ରୋନିକ୍ସ/ ମେକାନିକାଲ୍ ବିଭାଗରେ ‘ବି ଟେକ୍’ କିମ୍ବା ଡିପ୍ଲୋମା ପାସ କରିଥିବା ଆବଶ୍ୟକ
  • କେବଳ ଲୋକ ନିର୍ମାଣ ବିଭାଗରେ ଆବେଦନ ପାଇଁ ବୟସସୀମା ୩୨ ବର୍ଷ ରହିଛି

ଏହି ପଦବୀଗୁଡ଼ିକ ପାଇଁ ଅନୁସୂଚିତ ଜାତି, ଜନଜାତି, ଏସସିବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଅରକ୍ଷଣର ବ୍ୟବସ୍ଥା ରହିବ। ଏହି ବର୍ଗର ପ୍ରାର୍ଥୀମାନଙ୍କୁ ବୟସସୀମାରେ ଛାଡ଼ ମିଳିବ।

ଚୟନ ପ୍ରକ୍ରିୟା

ଏହି ସବୁ ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ଏସଏସସି ପକ୍ଷରୁ ପରୀକ୍ଷା କରାଯିବ। ଏହାପରେ ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଇ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ssc.nic.inକୁ ଯାଆନ୍ତୁ
  • ୱେବସାଇଟ୍ଭିତରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ଜୁନିୟର ଇଞ୍ଜିନିୟର ନିଯୁକ୍ତି ପରୀକ୍ଷା ପାଇଁ ଅଣସରଂକ୍ଷିତ ଓ ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏହି ପରୀକ୍ଷା କେବେ ହେବ, ସେନେଇ ଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଏସଏସସି ୱେବସାଇଟରେ ଉପଲବ୍ଧ।

Tags: #JuniorEngineer #CentalGovtJobs #SSC #Employment #Careers

 

Comment