ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ଧରି ଲାଗି ରହିଥିବା ବାଦ ବିବାଦର ଅନ୍ତ ହୋଇ ଶେଷରେ ବଡ଼ଠାକୁରଙ୍କର ବନକଲାଗି ନୀତି ପାଇଁ ଧାର୍ଯ୍ୟ ହେଲା ତାରିଖ। ଆସନ୍ତା ଅଗଷ୍ଟ ୯ ତାରିଖରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏ ସମ୍ପର୍କରେ ମଙ୍ଗଳବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବିଶେଷ ନୀତି ଥିବାରୁ ଆସନ୍ତା ବୁଧବାର ଦିନ ବନକଲାଗି ନହୋଇ ଆସନ୍ତା ଅଗଷ୍ଟ ୯ ତାରିଖ, ବୁଧବାର ଦିନ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ଲାଗି ଥିବା ବିବାଦ କାରଣରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଖାର ହୋଇପାରୁ ନଥିଲା।

ମହାପ୍ରଭୁଙ୍କର ବନକଲାଗି କିପରି ହୁଏ, କେଉଁଦିନ ହୁଏ ଏବଂ କେଉଁମାନେ କରନ୍ତି ତାହା ଶ୍ରୀମନ୍ଦିର ସତ୍ଵଲିପି ଏବଂ ବାମସଂହିତାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ବୁଧବାର କିମ୍ବା ଗୁରୁବାର ଦ୍ଵିପ୍ରହର ଧୂପ ପରେ ବନକ ଲାଗି ନୀତି କରାଯିବା ବିଧି ରହିଛି।

Tags: #Puri #SriMandir #SriJagannath #BanakalagiNiti #Culture #Tradition

Comment