ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୧୪ଟି ନୂଆ ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ (ଏସଡିସି) ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ମିଳିଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୧୪ ଜଣଙ୍କ ମଧ୍ୟରେ ସଦାଶିବ ନାୟକ ଅନୁଗୁଳ ଜିଲ୍ଲା ଏସଡିସିର ଅଧ୍ୟକ୍ଷ ହୋଇଛନ୍ତି। ସେହିପରି ମଦନ ମୋହନ ମାଝି ବାଲେଶ୍ଵର ଜିଲ୍ଲା ଏସଡିସିର ଅଧ୍ୟକ୍ଷ ହୋଇଥିବାବେଳେ ବ୍ରଜମୋହନ ବିଶୋଇ ବଲାଙ୍ଗିର ଜିଲ୍ଲା ଏସଡିସିର ଅଧ୍ୟକ୍ଷ ହୋଇଛନ୍ତି। ଜାନକୀ ଦେହୁରୀଙ୍କୁ ନୟାଗଡ଼ ଜିଲ୍ଲା ଏସଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ଅନ୍ୟପଟେ ଭଗବାନ କହଁର ବୌଦ୍ଧ ଜିଲ୍ଲା ଏସଡିସି, ସୁରେନ୍ଦ୍ର ହେମ୍ବ୍ରମ ଢେଙ୍କାନାଳ ଜିଲ୍ଲା ଏସଡିସି, ଲମ୍ବୋଧର ମୁଣ୍ଡା ଯାଜପୁର ଜିଲ୍ଲା ଏସଡିସିର  ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେହିପରି ସୁଶୀଳା ଭୋଇ ବରଗଡ଼, ମୋହନ କିଶାନ ଝାରସୁଗୁଡ଼ା ଓ ବିଦ୍ୟାଧର ଜାନୀ ଗଞ୍ଜାମ ଜିଲ୍ଲା ଏସଡିସିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।

ସେହିପରି ଶିବାଜୀ ମାଝି କଳାହାଣ୍ଡି ଜିଲ୍ଲା ଏସଡିସିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଭଗତରାମ ମାଝି ନୂଆପଡ଼ା, ଶୋଭାରାମ ପ୍ରଧାନ ସମ୍ବଲପୁର ଏବଂ ପାଞ୍ଜିଆ ଭୋଇଙ୍କୁ ଦେବଗଡ଼ ଜିଲ୍ଲା ଏସଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

୨୦୧୭ ମସିହାରେ ଓଡ଼ିଶାର ୯ଟି ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହୋଇଥିଲା। ନିକଟରେ ରାଜ୍ୟ ସରକାର ଆଉ ୧୪ଟି ଜିଲ୍ଲାରେ ଏହାର ସଂପ୍ରସାରଣ କରିଥିଲେ। ଏହି ସ୍ଵତନ୍ତ୍ର ପରିଷଦଗୁଡ଼ିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି।

Tags: #SpecialDevelopmentCouncils #Chairpersons #OdishaGovt

Comment