ଓଡ଼ିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ୪ ତାରିଖରେ ଦୁଇଦିନିଆ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମୟରେ ଅମିତ ଶାହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏପଟେ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ଶୁକ୍ରବାର ରାତି ୧୦ଟା ୪୦ରେ ଓଡ଼ିଶାରେ ପହଞ୍ଚିବେ ଅମିତ ଶାହ। ଆସନ୍ତା ଶନିବାର ଦିନ ଏକ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ଅପରାହ୍ଣରେ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ରୁଦ୍ଧଦ୍ଵାର ବୈଠକରେ ଯୋଗ ଦେବାର ସୂଚନା ମଧ୍ୟ ରହିଛି। ଏହା ପରେ ସନ୍ଧ୍ୟା ୬ଟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Tags: #Politics #OdishaPolitics #IndiaPolitics #AmitShah #OdishaVisit

Comment