ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୭ ଦିନ ପରେ ଗୁରୁବାର ଦିନ ଖୋଲିଲା ଭୁବନେଶ୍ଵର ୟୁନିଟ-୨ ମାର୍କେଟ ବିଲ୍ଡିଂ। ହେଲେ ଖୋଲିଲାନି ସୋ’ରୁମ। ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ଦୀର୍ଘ ଦିନର ବିବାଦ କାରଣରୁ ଗତ ଜୁଲାଇ ୧୭ ତାରିଖରୁ ମାର୍କେଟ ବିଲ୍ଡିଂ ବନ୍ଦ ରହିଥିଲା।

ଦୀର୍ଘ ଦିନରୁ ସ୍ଥାୟୀ ଏବଂ ଉଠା ଦୋକାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ନିକଟରେ ଦାବି ହୋଇଥିଲା। ବିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଦର୍ଶାଇ ଏହାର ପ୍ରତିବାଦରେ ଗତ ଜୁଲାଇ ୧୭ ତାରିଖଠାରୁ ବନ୍ଦ ଡାକରା ଦେଇଥିଲା ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ।

ଏହି ପ୍ରସଂଗକୁ ନେଇ ବାରମ୍ବାର ବିଏମସି ସହ ସଂଘର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରିପାରି ନାହିଁ। ଫଳରେ ଆଜି ମାର୍କେଟ ବିଲ୍ଡିଂର ରିଟେଲ ଦୋକାନଗୁଡ଼ିକ ଖୋଲିଥିବାବେଳେ ସୋ’ରୁମଗୁଡ଼ିକ ବନ୍ଦ ରହିଥିବା କୁହାଯାଉଛି।

Tags: #MarketBuilding #Showroom #Bhubaneswar #Unit2 #OpenMarketBuilding

Comment