ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ଭକ୍ତଙ୍କ ଲାଗି ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ଵାର। ବର୍ତ୍ତମାନ ୪ ଦ୍ଵାର ନଖୋଲିବା ଲାଗି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ପରିକ୍ରମା ପ୍ରକଳ୍ପ କାମ ଶେଷ ହୋଇନଥିବାରୁ ଏହିଭଳି ନିଷ୍ପତ୍ତି ହୋଇଥିବା ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।

ବର୍ତ୍ତମାନ ଶ୍ରୀମନ୍ଦିରର ଚାରି ଦ୍ଵାର ଭକ୍ତଙ୍କ ଲାଗି ଖୋଲା ଯାଇପାରିବ ନାହିଁ। କାରଣ ପରିକ୍ରମା ପ୍ରକଳ୍ପ କାମ ଚାଲିଥିବାରୁ ଅନ୍ୟ ୩ ଦ୍ଵାରରେ କ୍ୟୁ ବ୍ୟବସ୍ଥା କରିହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ପର୍ଯ୍ୟାପ୍ତ ଜାଗା ନଥିବାରୁ ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଦ୍ଵାରରେ କ୍ୟୁ ବ୍ୟବସ୍ଥା ବର୍ତ୍ତମାନ ସ୍ଥିତିରେ ସମ୍ଭବ ନୁହେଁ। ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଯେମିତି ଚାଲିଛି ସେମିତି ଚାଲିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

ସାଧାରଣ ଭକ୍ତ ସିଂହଦ୍ଵାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ଏବଂ ଉତ୍ତର ଦ୍ଵାର ଦେଇ ବାହାରକୁ ବାହାରିବେ। ପୁରୀ ବାସିନ୍ଦା ପୂର୍ବ ଏବଂ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିବେ ଏବଂ ଉତ୍ତର ଦ୍ଵାର ଦେଇ ବାହାରକୁ ବାହାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

Tags: #Srimadir #Puri #FourGate

Comment