ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଜ୍ୟୋତି ରଞ୍ଜନ ପ୍ରଧାନ। ତୃତୀୟ ଚେଷ୍ଟାରେ ଏହି ସଫଳତା ପାଇଛନ୍ତି ଅନୁଗୁଳର ପୁଅ ଜ୍ୟୋତି ରଞ୍ଜନ। କଠିନ ପରିଶ୍ରମ ସହ ଧୈର୍ଯ୍ୟ ତାଙ୍କୁ ଆଜି ଏ ବିଶେଷ ସଫଳତା ଆଣି ଦେଇଥିବା ଓଡ଼ିଶାଲାଇଭ୍‌କୁ କହିଛନ୍ତି ଜ୍ୟୋତି ରଞ୍ଜନ।

“ଏହା ମୋର ତୃତୀୟ ଚେଷ୍ଟା ଥିଲା। ଏହାପୂର୍ବରୁ ମୁଁ ଦୁଇଥର ବିଫଳ ହୋଇଥିଲି। ପ୍ରଥମଥରରେ ପ୍ରିଲିମ୍ସରୁ କଟି ଯାଇଥିଲି ଏବଂ ଦ୍ଵିତୀୟରେ ମେନ୍‌ରୁ। ହେଲେ ଦୁଇଥରର ଏହି ବିଫଳତା ମୋର ଆତ୍ମବିଶ୍ଵାସକୁ ଭାଙ୍ଗି ପାରିଲାନାହିଁ। ମୁଁ ଆଶା ନ ଛାଡ଼ି ପୁଣି ଚେଷ୍ଟା କଲି। ଶେଷରେ ସଫଳ ହେଲି”, କହିଛନ୍ତି ଜ୍ୟୋତି ରଞ୍ଜନ ପ୍ରଧାନ।

ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ ଜ୍ୟୋତି ରଞ୍ଜନ। କେବଳ ଅନଲାଇନ୍ କୋଚିଂ କରି ସେ ଆଜି ଏ ସଫଳତା ପାଇ ପାରିଛନ୍ତି। ଆଗକୁ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ କାମ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।

Tags: #OAS #OAS2023 #JyotiRanjanPradhan #OdishaAdministrativeService

LEAVE A REPLY

Please enter your comment!
Please enter your name here