ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବ୍ ଶୀଘ୍ର ଭୁବନେଶ୍ଵରରୁ କଲୋମ୍ବକୁ ସିଧାସଳଖ ଉଡ଼ିବ ବିମାନ। ଭୁବନେଶ୍ଵର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ସିଧାସଳଖ ବିମାନ ଯାତ୍ରା କରିବ। ଏ ନେଇ ଶ୍ରୀଲଙ୍କା ଏୟାରଲାଇନ୍ସର ଆଞ୍ଚଳକ ପ୍ରବନ୍ଧକ ଭି ରବିନ୍ଦ୍ରନ ସୂଚନା ଦେଇଛନ୍ତି। ସିଧାସଳଖ ବିମାନ ଚଳାଚଳ ଦ୍ଵାରା ଓଡ଼ିଶା ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟରୁ ମୁକୁଳିଛି। ଏବେ ବିଭିନ୍ନ ଦେଶ ସହ ଯୋଡ଼ିହେବାକୁ ଯୋଜନା କରୁଛି ଶ୍ରୀଲଙ୍କା। ଦେଶ ଏବଂ ରାଜ୍ୟଗୁଡ଼ିକରେ ଶିଳ୍ପାୟନ ଏବଂ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ବିମାନ ସେବାର ବେଶ ଗୁରୁତ୍ଵ ରହିଛି। ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେଉଥିବାରୁ ସିଧାସଳଖ ବିମାନ ଚଳାଚଳ କରିବା ଦ୍ଵାରା ଓଡ଼ିଶା ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ହୋଇପାରିବ।

କୋଭିଡ ମହାମାରୀ ପୂର୍ବରୁ ଶ୍ରୀଲଙ୍କା ଏୟାରଲାଇନ୍ସ ଭାରତର ୧୧ଟି ସ୍ଥାନକୁ ଚଳାଚଳ କରୁଥିଲା। ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ, ହାଇଦ୍ରାବାଦ, କୋଚିନ, ତ୍ରିଭେନ୍ଦ୍ରମ, ଚେନ୍ନାଇ, ମଦୁରାଇ ଏବଂ ତ୍ରିଚି ଆଦି ୯ଟି ସହରକୁ ବିମାନ ଚଳାଚଳ କରୁଛି। ଆଗକୁ ଅହମ୍ମଦାବାଦ, କାଲିକଟ ଏବଂ ଗୋଆ ମଧ୍ୟରେ ବିମାନ ଚଳାଚଳ କରିବାକୁ ଯୋଜନା ରହିଥିବା ଭି ରବିନ୍ଦ୍ରନ କହିଛନ୍ତି।

Tags: #DirectFightService #Bhubaneswar #Srilanka

Comment