ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଖାଦ୍ୟ ପାଇଁ ଦିଆଯାଉଥିବା ଅନୁଦାନ ରାଶିରେ ବୃଦ୍ଧି ହୋଇଛି। ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଖର୍ଚ୍ଚ ହେବ ବାର୍ଷିକ ୬୪ କୋଟି ଟଙ୍କା। ଏହା ଦ୍ଵାରା ରାଜ୍ୟର ୪୨ ଲକ୍ଷରୁ ଊର୍ଦ୍ଧ୍ଵ ରୋଗୀ ଉପକୃତ ହେବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି।

ଏଣିକି ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନଡୋର ରୋଗୀଙ୍କୁ ମିଳିବ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ। ନୂଆ ନିୟମ ଅନୁଯାୟୀ ଡାକ୍ତରକାନାଗୁଡ଼ିକରେ ଶର୍ଯ୍ୟା ପିଛା ଦିଆଯାଉଥିବା ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ୧୧୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଶିଶୁମାନଙ୍କୁ ଦୈନିକ ୭୫ ଖାଦ୍ୟ ବଦଳରେ ଏଣିକି ୯୫ ଟଙ୍କାର ଖାଦ୍ୟ ମିଳିବ।

ପୁଷ୍ଟିକର ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୯୫ ଟଙ୍କା ବଦଳରେ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ପୂର୍ବରୁ ୭୫ ଟଙ୍କା ଦିଆଯାଉଥିବାବେଳେ ଏବେ ଏହା ୯୫ ଟଙ୍କା ହୋଇଛି। ଏହା ସହ ତରଳ ଖାଦ୍ୟ ବାବଦକୁ ଦିଆଯାଉଥିବା ଦୈନିକ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା ଦିଆଯିବ। ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଣ କରାଯିବ।

Tags: #HospitalFood #CMOdisha #FoodGrant #OdishaGovt

Comment