ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ୨୦୨୧ରେ ୧୬ତମ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି ସୁମନ ଘୋଷ। ପ୍ରଥମ ଚେଷ୍ଟାରେ ହିଁ ସୁମନଙ୍କୁ ମିଳିଛି ଏହି ବଡ଼ ସଫଳତା।

ସିଭିଲ ସର୍ଭିସ ପରୀକ୍ଷା ଲାଗି ଦିନକୁ ୮ରୁ ୧୦ ଘଣ୍ଟା ନିଜକୁ ପ୍ରସ୍ତୁତ କରୁଥିଲେ ସୁମନ। ୨୦୨୧ ମସିହାରୁ ସେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ସୁମନଙ୍କ ସଫଳତାର ଚାବିକାଠି

ଓଡ଼ିଶା ସିଭିଲ ସର୍ଭିସରେ ସଫଳ ହେବାକୁ ପ୍ରଥମେ ଗୋଟିଏ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସୁମନ। ହାର୍ଡ ଓ୍ଵର୍କ ସହ ସ୍ମାର୍ଟ ଓ୍ଵର୍କକୁ ମଧ୍ୟ ସେ ବେଶ ଗୁରୁତ୍ଵ ଦେଉଥିଲେ। ହାର୍ଡ ଓ୍ଵର୍କ ସହ ସ୍ମାର୍ଟ ଓ୍ଵର୍କ ନକଲେ ଏତେ ବଡ଼ ସିଲାବସ ପୂର୍ଣ୍ଣ କରିହେବ ନାହିଁ ବୋଲି ସୁମନଙ୍କର ନିଜସ୍ଵ ମତ।

ଯେକୌଣସି ପରୀକ୍ଷା ପାଇଁ ନିଜ ଭିତରେ ପ୍ରଥମେ ଆତ୍ମବିଶ୍ଵସ ରହିବା ଜରୁରୀ ବୋଲି ସୁମନ କୁହନ୍ତି। ସେ ଆହୁରି ମଧ୍ୟ କହୁନ୍ତି ପରିବାର ଏବଂ ସାଙ୍ଗସାଥୀଙ୍କ ସକରାତ୍କମକ ଚିନ୍ତାଧାରା ମଧ୍ୟ ଜଣକୁ ସଫଳ ହେବାରେ ଅନେକ ପ୍ରେରଣା ଯୋଗାଇଥାଏ।

ପିଲାଟି ବେଳରୁ ମେଧାବୀ ଛାତ୍ରୀ ଥିଲେ ସୁମନ। କେବଳ ଗୋଟିଏ ଲକ୍ଷ୍ୟ ଧାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛନ୍ତି ସେ।

ଆଗାମୀ ଦିନରେ ମହିଳା ସଶକ୍ତିକରଣ, ଶିକ୍ଷା ଏବଂ କୃଷି ବିକାଶ କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ସୁମନ।

Tags: #OCS #OAS #SuccessStory #SumanGhosh

LEAVE A REPLY

Please enter your comment!
Please enter your name here