ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ପରେ ଅଧିକାଂଶ ଝିଅଙ୍କର ସ୍ୱପ୍ନ ହଜି ଯାଉଥିବାବେଳେ ସ୍ୱାତୀ ସ୍ନିଗ୍ଧା ଦେଖିଥିଲେ ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ। ଏହି ସ୍ୱପ୍ନ ତାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି। ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୫୧ ରାଙ୍କ ରଖି ସଫଳତା ହାସଲ କରିଛନ୍ତି ସ୍ୱାତୀ ସ୍ନିଗ୍ଧା ସୁଆର।

ନିକଟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ ସ୍ୱାତୀ ସ୍ନିଗ୍ଧା। ବିବାହ ପରେ ୨୦୧୭ ମସିହାରୁ ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୩ ଥର ପରୀକ୍ଷା ଦେଇ ନିରାଶ ହୋଇଥିଲେ ମଧ୍ୟ ସେ ହାର୍ ମାନି ନଥିଲେ।

ସାମନ୍ତ ଚନ୍ଦ୍ରଶେଖର କଲେଜରେ ଜୁଲୋଜି ଅନର୍ସରେ ଗ୍ରାଜୁଏସନ କରିବା ପରେ ଢେଙ୍କାନାଳ ସ୍ଥିତ ଆଇଆଇଏମସିରେ ଇଂରାଜୀରେ ସାମ୍ବାଦିକତା ପଢ଼ିଥିଲେ ସ୍ୱାତୀ। ତା’ ପରେ ସେ ଓଡ଼ିଶାର ବିଭିନ୍ନ ଚ୍ୟାନେଲରେ କାମ କରିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ୭ ବର୍ଷର କ୍ୟାରିୟର।

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ସେମିତି କିଛି ସ୍ପେସାଲ ଷ୍ଟ୍ରାଟେଜି ନଥିଲା ବୋଲି ସ୍ୱାତୀ କୁହନ୍ତି। ଅଫିସ, ଘର ଏବଂ ଦାୟିତ୍ୱ ଭିତରେ ରାତିରେ ୩ରୁ ୪ ଘଣ୍ଟା ପଢ଼ୁଥିଲେ ସେ। କିଛି କୋଚିଂ ସେଣ୍ଟରରେ ମକ୍ ଇଣ୍ଟରଭ୍ୟୁ ଦେବା ସହ ଲେଖିବାର ଅଭ୍ୟାସ ଉପରେ ଗୁରୁତ୍ଵ ଦେଉଥିଲେ, ଯାହା ତାଙ୍କ ପାଇଁ ଫଳପ୍ରଦ ହେଲା ବୋଲି ସ୍ୱାତୀ କୁହନ୍ତି।

Tags: #OAS #OASResult2023 #SwatiSnigdhaSuar #OdishaAdministrativeService

LEAVE A REPLY

Please enter your comment!
Please enter your name here