ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ବୁଧବାର ଦିନ ହେବ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବଡ଼ଠାକୁରଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକ ଲାଗି ନୀତି ହୋଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତ ନିଜ ଜିଦରେ ଅଟଳ ରହିବାରୁ ବନକଲାଗି ନୀତି ହୋଇପାରିନଥିଲା। ମହାପ୍ରଭୁଙ୍କର ବନକଲାଗି ନୀତି ବୁଧବାର ହେବ ନା ଗୁରୁବାର ଦିନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା।

ଶେଷରେ ବୁଧବାର ଦିନ ବଡ଼ଠାକୁରଙ୍କର ଶ୍ରୀମୁଖ ଶିଙ୍ଗାର କରାଯିବାକୁ ଧାର୍ଯ୍ୟ ହୋଇଛି। ବନକଲାଗି ନୀତି ହୋଇନଥିବାରୁ ମହାପ୍ରଭୁଙ୍କର ମୁଖ ମଳିନ ଦିଶୁଥିବା ଭକ୍ତମାନେ ଅଭିଯୋଗ କରିଥିଲେ।

Tags: #SriJagannath #BanakalagiNiti #Puri #SriMandira #Tradition #Culture

Comment