ଓଡ଼ିଶାଲାଇଭ୍ ବ୍ୟୁରୋ

tribal

  • ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ
  • ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ
  • ଉପକୃତ ହେବେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

(ଭୁବନେଶ୍ୱର): ରାଜ୍ୟର ଘରୋଇ ତଥା ଅଣଅନୁଦାନ ପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ। ୫-ଟି ଉପକ୍ରମରେ ଏହି ଯୋଜନା ହାତକୁ ନେଇଛନ୍ତି ରାଜ୍ୟ ସରକାର। ଏହା ଦ୍ଵାରା ରାଜ୍ୟର ୩,୬୨୦ଟି ସ୍କୁଲର ୫ ଲକ୍ଷରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଉପକୃତ ହେବେ।

ଆଗାମୀ ଶିକ୍ଷା ବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଘରୋଇ ତଥା ଅଣଅନୁଦାନ ପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ୁ ଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ।

ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବା ସହ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଆସୁଛନ୍ତି। ଘରୋଇ ଓଡ଼ିଆ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଶିକ୍ଷାରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯାଉଛି। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟ ଭଳି ରାଜ୍ୟରେ ପାଠପଢ଼ୁଥିବା ଓଡ଼ିଆ ପିଲାଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର।

Tags: #School #PrivateOdiaMediumSchool #FreeBook #OdishaGovt #Education

Comment