ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପୁରୀ ଜିଲ୍ଲରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର।

ଜିଲ୍ଲାର ପୁରୀ ସଦର, ଗୋପ, କାକଟପୁର, ଡେଲାଙ୍ଗ, ଅସ୍ତରଙ୍ଗ ଓ ସତ୍ୟବାଦୀ ବ୍ଲକର ଲୋକଙ୍କ ପାଇଁ ପାନୀୟ ଜଳ ସୁବିଧା ସୁନିଶ୍ଚିତ ହେବ। ଏହି ପ୍ରକଳ୍ପ ହେବା ଦ୍ଵାରା ଉପକୃତ ହେବେ ୪୯୮ଟି ଗ୍ରାମର ପ୍ରାୟ ୪.୬୦ ଲକ୍ଷ ଲୋକ। ୬୩୯.୧୬ କୋଟି ଟଙ୍କା ବ୍ୟୟରେ ପୁରୀ ଜିଲ୍ଲରେ ନିର୍ମିତ ହେବ ୪ଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ।

Tags: #StateCabinetMeeting #CabinetApprovals #OdishaGovt #CMNaveenPatnaik #Puri

Comment