ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଡେଙ୍ଗୁକୁ ନେଇ ଚିନ୍ତା ବଢ଼ିଛି। ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ରାଜଧାନୀରେ ଲୋକଙ୍କୁ ସଚେତନ କରାଯାଉଛି। ସ୍କୁଲଗୁଡ଼ିକରେ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ କରିବାକୁ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଡେଙ୍ଗୁ ରୋକିବାକୁ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ସଚେତନ କରାଯିବ। ଛାତ୍ରଛାତ୍ରୀଙ୍କୁ ସଚେତନ କରାଇ ଡେଙ୍ଗୁ ରୋକିବାକୁ ଲକ୍ଷ୍ୟ ରଖିଛି ବିଏମସି।

ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଛାତ୍ରଛାତ୍ରୀ ସଚେତନ ହେବା ଦ୍ଵାରା ସେମାନେ ନିଜ ପରିବାରରେ ସଚେତନତା ସୃଷ୍ଟି କରିପାରିବେ। ପିଲାଙ୍କୁ ନିଜ ପରିବବେଶକୁ ଶୁଖିଲା ଏବଂ ସଫାସୁତର ରଖିବାକୁ କୁହାଯିବ ବୋଲି କମିଶନର କହିଛନ୍ତି।

ଭୁବନେଶ୍ଵରରେ ଅଗଷ୍ଟ ୧୪ ତାରିକ ସୁଦ୍ଧା ୧,୧୬୪ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୫୦ ଜଣ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତେ ଚିକିତ୍ସାଧୀନ ରହିଛନ୍ତି। ଚଳିତ ବର୍ଷ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ଟିପିଆର ମଧ୍ୟ ପୂର୍ବ ଅପେକ୍ଷା କମ ରହିଛି। ଅଗଷ୍ଟ ୧୪ ତାରିଖ ସୁଦ୍ଧା ମୋଟ ୧୦,୨୮୮ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧,୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Tags: #DengueAwarnessInSchool #BMC #Dengue #Bhubaneswar #Mosquito #KillMosquito #SmartCity

LEAVE A REPLY

Please enter your comment!
Please enter your name here