ଓଡ଼ିଶାଲାଇଭ୍ ବ୍ୟୁରୋ

ଅଣାୟତ୍ତ ହେଲାଣି ଡେଙ୍ଗୁ ପରିସ୍ଥିତି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଶହ ଛୁଇଁବାକୁ ଯାଉଥିବାବେଳେ ରାଜଧାନୀ ଭୁବନେଶ୍ଵରରେ ଦିନକୁ ୭୦ରୁ ୮୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧,୨୨୦ ଚିହ୍ନଟ ହୋଇଥିବାବେଳେ କେବଳ ଭୁବନେଶ୍ଵରରେ ୧,୦୫୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆସନ୍ତା ମଙ୍ଗଳବାରଠାରୁ କ୍ୟାପିଟାଲ ହସ୍ପିଟାଲରେ ସ୍ଵତନ୍ତ୍ର ଡେଙ୍ଗୁ ପରୀକ୍ଷା କେନ୍ଦ୍ର ଖୋଲାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ଵରର ୪ଟି ସିଏଚସିରେ ଡେଙ୍ଗୁ ଓ୍ଵାର୍ଡ ଖୋଲାଯିବ। ଏହି ଓ୍ଵାର୍ଡଗୁଡ଼ିକରେ ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ୧୦ଟି ଲେଖାଏଁ ସ୍ଵତନ୍ତ୍ର ବେଡ ରହିବ।

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୫୦୦ରୁ ଊର୍ଦ୍ଧ୍ଵ ଡେଙ୍ଗୁ ପରୀକ୍ଷା ହେଉଛି। ପ୍ରାୟ ୧୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ୁଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

Tags: #Dengue #Bhubaneswar #DengueCases #Testing #CapitalHospital

Comment