ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଭିନ୍ନ ବ୍ୟାଙ୍କରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୩ ହଜାର ୪୯ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନାଲ୍ ସିଲେକ୍ସନ (ଆଇବିପିଏସ୍) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ଆଇବିପିଏସ୍ ପିଓ’ ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଅଗଷ୍ଟ ମାସ ୨୮ ତାରିଖ ଯାଏଁ ଏହି ଆବେଦନ ଚାଲିବ। ପୂର୍ବରୁ ଅଗଷ୍ଟ ୨୧ ତାରିଖକୁ ଆବେଦନର ଶେଷ ଦିନ ଧାର୍ଯ୍ୟ କରାଯାଇଥିବାବେଳେ ଏବେ ଏହାକୁ ଆଉ ୭ ଦିନ ପାଇଁ ବଢ଼ାଯାଇଛି।

ଯଦି ଆପଣମାନେ ଏ ପର୍ଯ୍ୟନ୍ତ ‘ଆଇବିପିଏସ୍’ର ଏହି ପିଓ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) – ୩,୦୪୯

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ଆଇବିପିଏସ୍ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ ପରୀକ୍ଷା କରାଯିବ
  • ମେନ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ବ୍ୟାଙ୍କିଂ ପିଓ’ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଆଇବିପିଏସର ୱେବସାଇଟକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ବ୍ୟାଙ୍କିଂ ପିଓ’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ପଞ୍ଜୀକରଣ ପରେ ‘ଲଗ ଇନ’ କରି ବିଭିନ୍ନ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଆଇବିପିଏସର ଏହି ବ୍ୟାଙ୍କିଂ ପିଓ ପରୀକ୍ଷା ପାଇଁ ସାଧରଣ ଓ ଅବିସି ବର୍ଗର ପ୍ରାର୍ଥୀମାନଙ୍କୁ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୧୭୫ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି।

 

ଏହି ବ୍ୟାଙ୍କିଂ ପିଓ ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ୨୦୨୩ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ କରାଯିବ। ଏହାର ତାରିଖ ବାବଦରେ ‘ଆଇବିପିଏସ୍’ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀଗୁଡ଼ିକର ଅଧିକ ସୂଚନା ‘ଆଇବିପିଏସ୍’ର ୱେବସାଇଟରେ ଉପଲବ୍ଧ।

Tags: #IBPSBanking #BankPOExam #BankOfficer #Employment #Examination #India

Comment