ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ସ୍ଵତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। ଏହି ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ ୫ଟି ବୈଠକ ବସିବ। ସଂସଦର ସ୍ଵତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ‘ଓ୍ଵାନ ନେସନ-ଓ୍ଵାନ ଇଲେକ୍ସନ’ ବିଲ୍ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଦୀର୍ଘ ଦିନରୁ ଦେଶରେ ‘ଓ୍ଵାନ ନେସନ-ଓ୍ଵାନ ଇଲେକ୍ସନ’କୁ ନେଇ ଚର୍ଚ୍ଚା ଚାଲିଥିଲା। ଏହାକୁ ନେଇ ଗତ ଜାନୁଆରି ମାସରେ ଲ’ କମିଶନ ବିଭିନ୍ନ ରାଜନୈତିକ ଦଳଙ୍କୁ ୬ଟି ପ୍ରଶ୍ନର ଉତ୍ତର ମାଗିଥିଲେ। ଏହାକୁ କେନ୍ଦ୍ର ସରକାର ଲାଗୁ କରିବାକୁ ଚାହୁଁଥିବାବେଳେ କେତେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି।

ତେବେ କେଉଁ କାରଣରୁ କେନ୍ଦ୍ର ସରକାର ସ୍ଵତନ୍ତ୍ର ଅଧିବେଶନ ଡାକିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏହି ଅଧିବେଶନ ଘୋଷଣା ହେବା ପରେ ଆଗୁଆ ନିର୍ବାଚନ ହେବା ନେଇ ଆଶଙ୍କା କରାଯାଉଛି।

Tags: #Politics #IndianPolitics #ParliamentSpecialSession

LEAVE A REPLY

Please enter your comment!
Please enter your name here