ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତ-ନେପାଳ ମ୍ୟାଚରେ ପୁଣି ଥରେ ବର୍ଷା ସାଜିପାରେ ବାଧକ

ଏସିଆ କପ୍‌ କ୍ରିକେଟ୍‌ରେ ସୋମବାର ନେପାଳକୁ ଭେଟିବ ଟିମ୍ ଇଣ୍ଡିଆ। ଭାରତ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଜରୁରୀ ହୋଇଯାଇଛି। କାରଣ ବିଜୟୀ ଦଳ ସୁପର ୪ ପର୍ଯ୍ୟାୟକୁ ଉନ୍ନୀତ ହେବ। ନବାଗତ ନେପାଳ ବିପର୍ଯ୍ୟୟ ସୃଷ୍ଟି କରିବାର ସାମର୍ଥ୍ୟ ରଖିନଥିଲେ ମଧ୍ୟ ପଡ଼ିଆ ଉପରେ କିଛି ବି ହୋଇପାରେ। ଅନ୍ୟପଟେ ବର୍ଷାର ଆଶଙ୍କା ମଧ୍ୟ ରହିଛି।

ମ୍ୟାଚ ବାତିଲ ହେଲେ ଭାରତ ବିନା ଫଳାଫଳରେ ସୁପର ୪ରେ ପହଞ୍ଚିଯିବ। ପାକିସ୍ତାନ ବିପକ୍ଷରେ ଭାରତର ଶୀର୍ଷକ୍ରମ ବିଫଳ ‌ହୋଇଥିବାରୁ ଏହି ମ୍ୟାଚରେ ସେମାନଙ୍କୁ ଆତ୍ମବିଶ୍ୱାସ ପାଇଁ ବ୍ୟାଟିଂ ସୁଯୋଗର ଆବଶ୍ୟକତା ରହିଛି। ଏପରିକି ଭାରତୀୟ ବୋଲର ଏବେଯାଏଁ ବୋଲିଂର ସୁଯୋଗ ପାଇନଥିବାରୁ ସେମାନେ ମ୍ୟାଚ ଅଭ୍ୟାସ ସହ ସୁପର ୪କୁ ଯିବା ପାଇଁ ଆଶା ରଖିଛନ୍ତି।

ସୋମବାର ନେପାଳ ବିପକ୍ଷରେ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟରଙ୍କ ବ୍ୟାଟିଂରୁ ଭଲ ସ୍କୋରର ଆବଶ୍ୟକତା ରହିଛି। ଭାରତ ପାଇଁ ନେପାଳର ଲେଗସ୍ପିନର ସନ୍ଦୀପ ଲାମିଚାନ୍‌ ଏବଂ ଅଧିନାୟକ ରୋହିତ ପୌଡ଼ଲ୍‌ଙ୍କ ବୋଲିଂ ନିଶ୍ଚିତ ଆହ୍ୱାନ ଆଣିପାରେ।ପାକିସ୍ତାନ ନିଜର ଗ୍ରୁପ୍‌ ଅଭିଯାନ ଶେଷ କରି ସୁପର ୪ରେ ପହଞ୍ଚିସାରିଛି। ପ୍ରଥମ ମ୍ୟାଚ‌ରେ ବାବର ଆଜମଙ୍କ ଦଳ ନେପାଳକୁ ୨୩୮ ରନ୍‌ରେ ପରାସ୍ତ କରିଥିଲା। ପାକିସ୍ତାନ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା।

Tags: #AsiaCupCricket #AsiaCup2023 #INDvsNEPAL #BCCI

Comment