ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ଫିଜିଓଥେରାପି ମେଡିକାଲ ସାଇନ୍ସର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ସୁସ୍ଥ ଜୀବନ ବଞ୍ଚିବା ପାଇଁ ବର୍ତ୍ତମାନ ପିଜିଓଥେରାପିର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।

ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ଵ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି। ୧୯୫୧ ମସିହା ସେପ୍ଟେମ୍ବର ୮ ତାରିଖରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। କିନ୍ତୁ ୧୯୯୬ ମସିହା ସେପ୍ଟେମ୍ବର ୮ ତାରିଖଠାରୁ ବିଧିବଦ୍ଧ ଭାବେ ପାଳନ କରାଯାଉଛି ବିଶ୍ଵ ଫିଜିଓଥେରାପି ଦିବସ।

ଫିଜିଓଥେରାପିର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଉଛି।

Tags: #WorldPhysiotherapyDay #Physiotherapy #Exercise #Tratment #HealthyLife #OdiaHealthTips

Comment