ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ। ସୌରିନଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି କମିଶନରେଟ୍ ପୋଲିସ। ଅଭିଯୁକ୍ତ ସୌରିନ ଭଟ୍ଟଙ୍କୁ କୋଲକାତାର ବିଭିନ୍ନ ସ୍ଥାନରେ ଖୋଜି ନପାଇବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବଲିଉଡରେ ଗାୟିକା କରାଇଦେବାକୁ ପ୍ରତିଶ୍ରୁତି ଦେଇ ସୌରିନ ଯୁବତୀଙ୍କ ସହ ସମ୍ପର୍କ ଯୋଡ଼ି ଥିଲେ। ସେ ଯୁବତୀଙ୍କ ସହ ଶରୀରିକ ସମ୍ପର୍କ ରଖି ସହ ତାଙ୍କଠାରୁ ଟଙ୍କା ମଧ୍ୟ ନେଇଥିଲେ। ପରେ ସେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇନଥିଲେ।

ଏହି କଥା ଉଠାଇବା ପରେ ଯୁବତୀଙ୍କୁ ସୌରିନ ମାନସିକ ଏବଂ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ। ସମ୍ପୃକ୍ତ ଯୁବତୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଏହି ମାମଲା କଟକ ମହିଳା ଥାନାକୁ ଯାଇଥିଲା।

ଗତ ଜୁନ ୨୧ରେ କୋଲକାତାର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ କମିଶନରେଟ ପୋଲିସର ଏକ ଟିମ୍ ଚଢ଼ଉ କରିଥିଲା। କିନ୍ତୁ ସୌରିନଙ୍କର କୌଣସି ଖୋଜଖବର ମିଳିନଥିଲା।

ଏହା ପରେ ଗିରଫ ଭୟରେ ସୌରିନ ଭଟ୍ଟ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ପୋଲିସକୁ ତଦନ୍ତରେ ସହଯୋଗ କରିବାକୁ ସୌରିନଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ପୋଲିସକୁ ସହଯୋଗ କରିବା ବଦଳରେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି ସୌରିନ। ଏହି କାରଣରୁ କମିଶନରେଟ ପୋଲିସ ପକ୍ଷରୁ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଇଛି।

Tags: #SourinBhatt #BollywoodSinger #Cuttack #MahilaPoliceStation #CommissioneratePolice #LookOutCircular

LEAVE A REPLY

Please enter your comment!
Please enter your name here