ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ନିମନ୍ତେ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କଠାରେ ନବାନ୍ନ ଲାଗି ପାଇଁ ଧାର୍ଯ୍ୟ ହୋଇଛି ଲଗ୍ନ। ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ ୮ଟା ୦୩ ମିନିଟରୁ ୮ଟା ୧୭ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କଠାରେ ନବାନ୍ନ ଭୋଗ ଲାଗିବ।

ସର୍ବସମ୍ମତି କ୍ରମେ ଲଗ୍ନ ଧାର୍ଯ୍ୟ କରାଯାଇଥିବା ପଣ୍ଡିତ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ମା’ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବଦେବୀଙ୍କଠାରେ ନବାନ୍ନ ଅର୍ପଣ କରାଯିବ। ଏହା ପରେ ଲୋକେ ନିଜ ନିଜ ଇଷ୍ଟଙ୍କ ନିକଟରେ ନବାନ୍ନ ଅର୍ପଣ କରି ନୂଆଖାଇବେ ବୋଲି ମା’ ଭୈରବୀଙ୍କ ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡ଼ମାଳୀ କହିଛନ୍ତି।

ପରମ୍ପରା ଅନୁସାରେ ମା’ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ମା’ଙ୍କ ପୀଠରେ ଭକ୍ତମାନଙ୍କୁ ନବାନ୍ନ ପ୍ରସାଦ ପ୍ରଦାନ କରାଯିବ। ଏହି ଅବସରରେ ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାସ, ସମ୍ପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସିଦ୍ଦେଶ୍ୱର ଯୋଶୀ, ପୂଜକ ହରିହର ବଡ଼ମାଳି, ତରଣୀ ବଡ଼ମାଳି, ବିଜୟ ମିଶ୍ର, ଶମ୍ଭୁ ପ୍ରସାଦ ମହାକୁଡ଼, ସମ୍ପଦ ଅଗ୍ରୱାଲା, ସଞ୍ଜୟ ଶଙ୍କର ପୁରୋହିତ, ଅମର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Festival #Culture #WesternOdishaFestival #Nuakhai #RitualTime #Boudh

LEAVE A REPLY

Please enter your comment!
Please enter your name here